Headlines Odisha Tv

An Odia News Portal

ପୋଖରୀରେ ବୁଡ଼ି ବୃଦ୍ଧ ମୃତ

ଆନନ୍ଦପୁର : ଘଷିପୁରା ଥାନା ଅନ୍ତର୍ଗତ ଘଷିପୁରା ଗ୍ରାମର ଏକ ପୋଖରୀରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ଆନନ୍ଦପୁର ମ୍ୟୁନିସିପାଲଟି ୧୬ ନଂ ୱାର୍ଡ ବାସିନ୍ଦା ବିଜୟ ମଲିକ(୬୦)। ସୂଚନା ଅନୁସାରେ, ବିଜୟ ଜଣେ ମାନସିକ ବିକୃତ ହୋଇଥିବା ବେଳେ ଘଷିପୁରା ଗ୍ରାମର ଉକ୍ତ ପଖୋରୀ ନିକଟରେ ୨ ଦିନ ତଳେ ବୁଲାବୁଲି କରୁଥିବା ସ୍ଥାନୀୟ ଲୋକେ ଦେଖୁଥିଲେ । ଗତ ଶନିବାର ସନ୍ଧ୍ୟାରେ ବିଜୟଙ୍କ ମୃତଦେହ ପୋଖରୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖ୍ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଘଷିପୁରା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି।