Headlines Odisha Tv

An Odia News Portal

ଗୋଡିବାରିରେ ଆଖିବୁଜିଲା ହାତୀ ‘ନନ୍ଦ’

ଭୁବନେଶ୍ୱର ୧୬।୦୫: ଆଖିବୁଜିଲା ନନ୍ଦ । ଭୁବନେଶ୍ୱର ଉପକଣ୍ଠ  ଚନ୍ଦକା ଗୋଡିବାରୀରେ ଥିବା ପୋଷା ହାତୀ ନନ୍ଦର ମୃତ୍ୟୁ ହୋଇଛି। ରବିବାର ଠାରୁ ହାତୀଟି ଅସୁସ୍ଥ ଥିଲା। ଲଗାତର ଭାବେ ଚିକିତ୍ସା ଚାଲିଥିଲା । ଖବର ଅନୁଯାୟୀ, ୨୦ ଦିନ ତଳେ ହାତୀଟି କୁ କୁମାରଖୁଣ୍ଟି ଅଞ୍ଚଳରେ ଟ୍ରଙ୍କୁଳାଇଜ କରାଯାଇଥିଲା। ତାପର ଠାରୁ ହାତୀଟି ଅସୁସ୍ଥ ହୋଇ ପଡିଥିବା ଜଣାପଡିଛି। ରବିବାର ଭୋର ୪ଟାରେ ହାତୀ ଟି ଆପେ ଆପେ ଗଳି ପଡିବା ପରେ ହାତୀଟିକୁ ସଲାଇନ ଲଗାଯାଇଥିଲା । ଖାଇବା ପିଇବା ଛାଡି ଦେଇଥିବା ନନ୍ଦର ଅବସ୍ଥା ବିଗିଡି ଯାଇଥିଲା । ଶେଷରେ ସୋମବାର ଦିନ ଭୋର ସମୟରେ ହାତୀଟିର ମୃତ୍ୟୁ ହୋଇଛି । ତେବେ ନନ୍ଦନକାନନରେ ଜନ୍ମ ହୋଇଥିବାରୁ ହାତୀର ନାଁ ନନ୍ଦନ ରଖାଯାଇଥିଲା ।