Headlines Odisha Tv

An Odia News Portal

ଭାରତ ଥୋମାସ୍‌ କପ୍‌ ହାସଲ୍‌ରେ ପୁରା ଦେଶ ଉତ୍ସାହିତ, ଇଣ୍ଡଷ୍ଟ୍ରିର ବଡ ବଡ କଳାକାର ଖେଳାଳିଙ୍କୁ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ ୧୬।୦୫ : ଭାରତୀୟ ବ୍ୟାଡମିଣ୍ଟନ ଦଳ ବର୍ତ୍ତମାନ ଇତିହାସ ସୃଷ୍ଟି କରିଛି । ରବିବାର ଅର୍ଥାତ୍‌ ଗତ କାଲି ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ଥୋମାସ୍ କପ୍ ଟାଇଟଲ୍ ହାସଲ କରିଛି । ୭୩ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତ ବିଜେତା ହୋଇଛି । ଏହି ଟୁର୍ନାମେଣ୍ଟର ସବୁଠାରୁ ସଫଳ ତଥା ଡିଫେଣ୍ଡିଂ ଚାମ୍ପିଅନ୍ ଇଣ୍ଡୋନେସିଆକୁ ୩-୦ରେ ପରାସ୍ତ କରିଛି । ଭାରତର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ସମସ୍ତଙ୍କୁ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି ଏବଂ ଏହା ପରେ ଖେଳାଳିଙ୍କ ସହ ଫୋନରେ କଥା ହୋଇଥିଲେ।ବ୍ୟାଙ୍କକକ୍‌ରେ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟ ଫାଇନାଲରେ ଭାରତୀୟ ଦଳ ୧୪ ଥର ଚାମ୍ପିୟନ ଇଣ୍ଡୋନେସିଆକୁ ପରାସ୍ତ କରିଥିଲା। ଜିତିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇବା ସହ ଫୋନ୍‌ରେ କଥାବାର୍ତ୍ତା କରି ଖେଳାଳିମାନଙ୍କୁ କହିଛନ୍ତି, “ଆପଣ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି। ଏହା ହେଉଛି ଭାରତର ପ୍ରଥମ ସର୍ବୋତ୍ତମ ଶ୍ରେଷ୍ଠ ଖେଳର ବିଜୟ। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଅନେକ ବଡ ବଡ କଳାକାର ମଧ୍ୟ ଟ୍ବିଟ୍‌ ମାଧ୍ୟମରେ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି। ତେବେ ବିଜୟ ହାସଲର କିଛି ସମୟ ପରେ ଅମିତାଭ ବଚ୍ଚନ ଟିଟ୍ବ୍‌ କରି ଦଳକୁ ପ୍ରଶଂସା କରି କହିଛନ୍ତି, ‘ଭାରତ! ଭାରତ !! ଭାରତ .. !! # ଥୋମାସ୍ କପ୍ # ଟିମ୍ ଇଣ୍ଡିଆ ।