Headlines Odisha Tv

An Odia News Portal

ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ, ୪ ଗୁରୁତର

ସୋର ୧୪।୦୫: ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ । ଏଥିରେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅଣ୍ଡରେଇ ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଖବର ଅନୁଯାୟୀ  ସୁରେନ୍ଦ୍ର ମହାରଣା,  ଖଗେନ୍ଦ୍ର ମହାରଣା, ମହେନ୍ଦ୍ର ମହାରଣା ଓ ଇନ୍ଦ୍ର ମହାରଣାଙ୍କୁ ପ୍ରଫୁଲ୍ଲ ମହାରଣା ଓ ତାଙ୍କ ସହଯୋଗୀ ମାନେ ମିଶି ଭୁଜାଲିରେ ହାଣିଥିଲେ। ଯାହାଫଳରେ ଚାରି ଜଣଙ୍କର ମୁଁହ, ମୁଣ୍ଡ, ଓଠ, ଗୋଡ଼କୁ  ହାଣି ରକ୍ତାକ୍ତ କରିଦେଇଥିବା ଦେଖିବାକୁ ମିଳିଛି। ଗ୍ରାମବାସୀ ମାନେ ୪ଜଣଙ୍କୁ ଗୁରୁତର ଅବସ୍ଥାରେ ସିମୁଳିଆ ମେଡ଼ିକାଲକୁ ଆଣି ଥିବା ବେଳେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ  ଦୁଇ ଜଣଙ୍କୁ କଟକ ମେଡ଼ିକାଲକୁ ଅନ୍ୟ ଦୁଇ ଜଣକୁ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।  ସେପଟେ ସିମୁଳିଆ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ତଦନ୍ତ ଜାରି ରଖିଛି।