Headlines Odisha Tv

An Odia News Portal

ଭାରସାମ୍ୟ ହରାଇ ଗ୍ୟାରେଜ ଭିତରେ ପଶିଗଲା ଟ୍ରକ

କେନ୍ଦୁଝର ୦୨/୦୫: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ନିହ୍ନୁଆଁ ଛକ ନିକଟରେ ଦୁର୍ଘଟଣା । ଗ୍ୟାରେଜ ଘର ଭିତରକୁ ବିଳମ୍ବିତ ରାତିରେ ଏକ ୧୨ଚକିଆ ଟ୍ରକ ଭାରସାମ୍ୟ ହରାଇ ପଶିଯିବା ଫଳରେ ଗାଡିର ଡ୍ରାଇଭର ଗାଡି ଭିତରେ ଦୀର୍ଘ ସମୟ ଧରି ଚାପି ହୋଇ ରହିଥିଲେ । ସ୍ଥାନୀୟ ଲୋକେ ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ସହାୟତା ରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଛନ୍ତି । ଡ୍ରାଇଭର ହାତ ଓ ଗୋଡ଼ ରେ ଗଭୀର ଆଘାତ ଲାଗିଥିବା ବେଳେ ଡ୍ରାଇଭର ଜଣଙ୍କ କେନ୍ଦୁଝର ରେଙ୍ଗାଳବେଡା ଗାଁର ବିଜୟ ମହାନ୍ତ ବୋଲି ଜଣାପଡିଛି । ଟ୍ରକ୍ ଟି ଜଶିପୁର ପଟରୁ କେନ୍ଦୁଝର ଆଡ଼କୁ ଯାଉଥିବା ସମୟ ରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି।