Headlines Odisha Tv

An Odia News Portal

ଅଧିନାୟକ ହେଲା ପରେ ଏମିତି କହିଲେ ଧୋନୀ

ନୂଆଦିଲ୍ଲୀ ୦୨/୦୫: ରବିବାର ଚେନ୍ନାଇ ସୁପର କିଙ୍ଗସ ପାଇଁ ଥିଲା ସବୁଠୁ ଖାସ୍ ଦିନ । ଦଳ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିଜୟ ହାସଲ କରିବା ସହ ମହେନ୍ଦ୍ର ସିଂ ଧୋନୀ ଦଳର ନେତୃତ୍ୱ ନେଇଥିଲେ । ତେବେ ମ୍ୟାଚ୍ ସରିବା ପରେ ଧୋନୀ ପୁଣି ଦଳର ନେତୃତ୍ୱ ନେବା ଓ ରବୀନ୍ଦ୍ର ଜାଡେଜାଙ୍କୁ ନେଇ ଅନେକ କିଛି କହିଛନ୍ତି । ଧୋନୀ କହିଛନ୍ତି ଯେ, ଜାଡେଜାଙ୍କୁ ଗତବର୍ଷ ନେତୃତ୍ୱ ବାବଦରେ କୁହାଯାଇଥିଲା । ତାଙ୍କୁ ପ୍ରସ୍ତୁତ ହେବାକୁ ସମୟ ଦିଆଯାଇଥିଲା । ତେବେ ନେତୃତ୍ୱ ବଦଳିଲେ ସବୁକିଛି ହଠାତ ବଦଳି ପାରେ ନାହିଁ । ଗୋଟିଏ ଡ୍ରେସିଂ ରୁମରେ ଥିଲେ ସମାନ କଥା ବାରମ୍ବାର ଘଟିଥାଏ । ମାହି ଆହୁରି କହିଛନ୍ତି ଯେ, ଚଳିତ ସିଜିନରେ ଜାଡେଜା ନେତୃତ୍ୱ ନେବେ ବୋଲି ଜାଣିଥିଲେ । ଏହି କଥା ସେ ଓ ଜାଡେଜାଙ୍କ ମଧ୍ୟରେ ଥିଲା । ସେ ପ୍ରଥମ ଦୁଇଟି ମ୍ୟାଚରେ ଦଖଲ ଦେଇଥିଲେ । ଏହାପରେ ଜାଡେଜାଙ୍କ ଉପରେ ସେ ସବୁକିଛି ଛାଡି ଦେଇଥିଲେ । କାରଣ କେବଳ ଜଣେ ଟସ୍ ପକାଉଥିବେ ଓ ଅନ୍ୟ ଜଣେ ନେତୃତ୍ୱ ନେଉଥିବେ ଏହା କେହି ଚାହାଁନ୍ତି ନାହିଁ । ତେବେ ନେତୃତ୍ୱ ନେବା ପରେ ଜାଡାଜୋଙ୍କ ଖେଳ ଉପରେ ପ୍ରଭାବ ପଡିଥିଲା । କିନ୍ତୁ ଦଳକୁ ବ୍ୟାଟର-ବୋଲର ଓ ଫିଲ୍ଡର ଜାଡେଜା ଦରକାର । ସୂଚନାଯୋଗ୍ୟ, ଆଇପିଏଲ ୨୦୨୨ ଆରମ୍ଭ ହେବାର ଠିକ୍ ପୂର୍ବରୁ ଧୋନୀ ସିଏସକେର ନେତୃତ୍ୱ ଛାଡିଥିଲେ । ଏହାପରେ ଜାଡେଜାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିଲା । କିନ୍ତୁ ଜାଡେଜାଙ୍କ ପ୍ରଦର୍ଶନ ଖରାପ ହୋଇଥିାଲା । ପରେ ସେ ଏପ୍ରିଲ ୩୦ ତାରିଖରେ ନେତୃତ୍ୱ ଛାଡି ପୁଣି ଧୋନୀଙ୍କୁ ହସ୍ତାନ୍ତର କରିଥିଲେ ।