Headlines Odisha Tv

An Odia News Portal

ବିବାହ ପରେ ନିଜର ପ୍ରୋଫାଇଲ ବଦଳାଇଲେ IAS ଟିନା ଡାବି

ନୂଆଦିଲ୍ଲୀ ୨୬/୦୪: ଶେଷରେ ବହୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇ ଦ୍ୱିତୀୟ ବିବାହ କରିଛନ୍ତି IAS ଟିନା ଡାବି । ବିବାହ ପରେ ଶନିବାର ରାତିରେ ସ୍ୱାମୀ ପ୍ରଦୀପ ଗାୱାଣ୍ଡେଙ୍କ ସହ ଏକ ଫଟୋ ପୋଷ୍ଟ କରିଛନ୍ତି । ଏପ୍ରିଲ୍ ୨୦ରେ ଜୟପୁରର ତାରକା ହୋଟେଲରେ ସେ ହାତକୁ ଦି ହାତ ହୋଇଛନ୍ତି । ଖବର ଅନୁଯାୟୀ, ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ଏହି ଦମ୍ପତି ବୌଦ୍ଧ ପରମ୍ପରା ଅନୁଯାୟୀ ଉଭୟ ଉଭୟଙ୍କୁ ଫୁଲମାଳ ପିନ୍ଧାଇଥିଲେ । ଯେଉଁଠି ଏହି ବିବାହ ସମୋରୋହ ଅନୁଷ୍ଠିତ ହୋଇଥିଲା, ତାର ପଛପଟେ ବି.ଆର୍ ଆମ୍ବେଦକରଙ୍କ ଚିତ୍ର ପ୍ରଦର୍ଶିତ ହୋଇଥିଲା । ତେବେ ଟିନା ଡାବି ବିବାହ ପରେ ପ୍ରଥମ ଥର ପାଇଁ ତାଙ୍କର ପ୍ରୋଫାଇଲ ଚେଞ୍ଜ କରିଛନ୍ତି । ଏଥିରେ ଜଣାପଡିଛି ଯେ, ସେ ଅଫିସିଆଲି ପ୍ରଦୀପ ଗାଓ୍ୱାଣ୍ଡେଙ୍କ ଭାବି ପତ୍ନୀ ହେଲେ । ସୋସିଆଲ ମିଡିଆରେ ସେୟାର ହୋଇଥିବା ବିବାହ ପରର ପ୍ରଥମ ଫଟୋରେ ଦମ୍ପତ୍ତିଙ୍କୁ ଧଳା ରଙ୍ଗର ପୋଷାକରେ ଦେଖାଯାଇଥିଲା ।