ଇଣ୍ଡୋନେସିଆ : ଇଣ୍ଡୋନେସିଆରେ ଭୂମିକମ୍ପ ଆତଙ୍କ । ଆଜି ଭୋର ପାଖାପାଖି ସାଢେ ୬ଟା ସମୟରେ ଏଠାରେ ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୬.୦ ରହିଛି । ସୂଚନା ମୁତାବକ, ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ଅନୁଯାୟୀ, ଭୂମିକମ୍ପ ସକାଳ ୬ଟା ୫୩ ମିନିଟରେ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ସୁଲାବେସୀ ଠାରୁ ୭୭୯ କିଲୋମିଟର ଦୂରରେ ବୋଲି ଜଣାପଡିଛି । ଏଜେନ୍ସି ମୁତାବକ, ଏହି ଭୂମିକମ୍ପରେ କୌଣସି ଧନଭୀବନ ହାନୀର ଖବର ମିଳିନାହିଁ । ସେହିପରି ତାଇୱାନ ରାଜଧାନୀ ତାଇପେରେ ମଧ୍ୟ ମୃଦୁ ଭୂମିକମ୍ପ ଅନୁଭବ କରିଛନ୍ତି । ରାଜଧାନୀ ତାଇପେର ଦକ୍ଷିଣରେ ପାଖାପାଖି ୧୮୨ କିଲୋମିଟର ଭୂମି ତଳେ ଭୂମିକମ୍ପର କେନ୍ଦ୍ର ହୋଇଥିବା ଜଣାପଡିଛି । ତାଇପେରେ ହୋଇଥିବା ଭୂମକ୍ମ୍ର ତୀବ୍ରତା ରେକ୍ଟର ସ୍କେଲରେ ୬.୭ ଥିବା ଜଣାପଡିଛି ।
More Stories
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ