ନୂଆଦିଲ୍ଲୀ ୦୮/୦୪: ଜାତିସଂଘର ମାନବାଧିକାର କାଉନସିଲ- U.N.H.R.C.ରୁ ରୁଷକୁ ବହିଷ୍କାର କରାଗଲା । ଜାତିସଂଘ ସାଧାରଣ ପରିଷଦରେ ଏନେଇ ଆସିଥିଲା ପ୍ରସ୍ତାବ । ପ୍ରସ୍ତାବ ସପକ୍ଷରେ ୯୩ଟି ଦେଶ ଭୋଟ୍ ଦେଇଥିଲେ ,୨୪ଟି ଦେଶ ପ୍ରସ୍ତାବକୁ ବିରୋଧ କରିଥିଲେ। ଭାରତ ଏଥର ମଧ୍ୟ ଭୋଟଦାନରୁ ବିରତ ରହିଥିଲା। ଭାରତ ସମେତ ୫୮ଟି ଦେଶ ଭୋଟଦାନରୁ ବିରତ ରହିଥିଲେ। ବୁଚା ନରସଂହାର ଘଟଣାକୁ ନେଇ ରୁଷକୁ ବିଭିନ୍ନ ଦେଶ ନିନ୍ଦା କରିଥିବା ବେଳେ, ରୁଷ ବିରୋଧରେ ଜାତିସଂଘରେ ଆସିଥିଲା ଏହି ପ୍ରସ୍ତାବ। ଯୁଦ୍ଧରେ ସାଧାରଣ ନାଗରିକଙ୍କୁ ହତ୍ୟା କରାଯାଇଥିବାରୁ ରୁଷକୁ ନିନ୍ଦା କରିଥିଲେ ବିଭିନ୍ନ ଦେଶ।
ଜାତିସଂଘ ମାନବାଧିକାର ପରିଷଦରୁ ଋଷିଆ ବହିଷ୍କୃତ

More Stories
କୋରାପୁଟ ୨୦୨୪ ପୋରବ ଉଦ୍ଘାଟିତ, ପ୍ରତି ବ୍ଲକରେ ଆଣିଲେ ମସାଲ୍
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ