ନୂଆପଡା ୦୪।୦୭ : ଭାଲୁ ଆକ୍ରମଣ ମହିଳା ଗୁରୁତର । ନୁଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଭର୍ତ୍ତି କରାଯାଇଛି । ଗୁରୁତର ଜଣଙ୍କ ନୂଆପଡା ରେଞ୍ଜ ଜୁନାନି ଗାଁର ସୁରୁଜମୁଖି ନିଆଲ ବୋଲି ଜଣାପଡିଛି । ଖବର ଅନୁଯାୟୀ, ସକାଳୁ ସକାଳୁ ମହୁଲ ଗୋଟୋଇବା ଜଙ୍ଗଲକୁ ଯାଇଥିଲେ । ହେଲେ ସେଠାରେ ସୁରୁଜମୁଖିଙ୍କୁ ହଠାତ୍ ଦୁଇଟି ଭାଲୁ ଆକ୍ରମଣ କରିଥିଲେ । ଯାହାଫଳରେ ସେ ଗୁରୁତର ହୋଇପଡିଥିଲେ । ସେଠାରେ ଥିବା ସ୍ଥାନୀୟଲୋକେ ପାଟି କରିବାକୁ ଭାଲୁ ଜଙ୍ଗଲରୁ ଚାଲିଯାଇଥିଲେ । ପରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଭାଲୁ ଆକ୍ରମଣରେ ମହିଳାଙ୍କ ଜଙ୍ଘରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି ।
More Stories
କୋରାପୁଟ ୨୦୨୪ ପୋରବ ଉଦ୍ଘାଟିତ, ପ୍ରତି ବ୍ଲକରେ ଆଣିଲେ ମସାଲ୍
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ