Headlines Odisha Tv

An Odia News Portal

କଏଦୀଙ୍କ ସହ ଖାଦ୍ୟ ଖାଇଲେ ଅଭିଷେକ୍‌ ବଚ୍ଚନ

ନୂଆଦିଲ୍ଳୀ ୦୭।୦୪ : ବଲିଉଡରେ ଅଭିନେତା ଅଭିଷେକ ବଚ୍ଚନଙ୍କ କ୍ୟାରିୟର ଅନେକ ଉଥନ -ପଥନ ହୋଇଛି। ଏହା ପରେ ମଧ୍ୟ ଅଭିନେତା ତାଙ୍କ କ୍ୟାରିୟରରେ ଏପରି କିଛି ଫିଲ୍ମ କରିଛନ୍ତି। ଯେଉଁଥିପାଇଁ ତାଙ୍କୁ ଖୁବ୍‌ ପ୍ରଶଂସା ମଧ୍ୟ କରାଯାଇଛି। ଖାସ କରି ସେ ଓଟିଟି ପ୍ଲାଟଫର୍ମକୁ ଆସିବା ପରେ ତାଙ୍କ ଅଭିନୟର ଅଧିକ ପ୍ରଶଂସା କରାଯାଉଛି। ବ୍ରିଥ ସିରିଜ୍ ର ଦ୍ଵିତୀୟ ଭାଗରେ ସେ ଭଲ ଅଭିନୟ କରିଛନ୍ତି। ଏବେ ମଧ୍ୟ ତାଙ୍କର ଆଉ ଏକ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ଆସିବାକୁ ଯାଉଛି। ଯାହାକୁ ନେଇ ସେ ବହୁତ୍ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଆଗାମୀ ଫିଲ୍ମ ଦଶବୀ ଆଗକୁ ଆସିବାକୁ ଯାଉଛି। ଯେଉଁଥିରେ ସେ ଜେଲ୍ ରେ ରହି ଦଶମ ପରୀକ୍ଷା ଦେବେ। ତେବେ କିଛି ଦିନ ପୂର୍ବରୁ ହିଁ ସେ ଏହି ଫିଲ୍ମ ବିଷୟରେ ମିଡ଼ିଆ ଆଗରେ ବର୍ଣ୍ଣନା କରି କହିଛନ୍ତି। ଅଭିଷେକ ବଚ୍ଚନ କହିଛନ୍ତି ଯେ ସେ ଆଗ୍ରା ସେଣ୍ଟ୍ରାଲ ଜେଲରେ ଏହି ଫିଲ୍ମର ଶୁଟିଂ କରିଛନ୍ତି। ଜେଲର ଶୁଟିଂ ପାଇଁ ସାଧାରଣ ଭାବେ ଅଲଗା ସେଟ୍ ତିଆରି କରାଯାଏ। କିନ୍ତୁ ଦଶବୀର ଶୁଟିଂ ପାଇଁ ପ୍ରକୃତ ଜେଲରେ ହିଁ କରାଯାଇଛି। ଏମିତିକି ଲଗାତାର ୬ ସପ୍ତାହ ପର୍ଯ୍ୟନ୍ତ ଅଭିଷେକ ଜେଲ ଯାଆନ୍ତି ବୋଲି କହିଛନ୍ତି।