Headlines Odisha Tv

An Odia News Portal

ନିୟନ୍ତ୍ରଣ ବାହାରେ ଶ୍ରୀଲଙ୍କାର ଆର୍ଥିକ ବ୍ୟବସ୍ଥା

ନୂଆଦିଲ୍ଲୀ ୦୫/୦୪: ଶ୍ରୀଲଙ୍କାର ଅର୍ଥ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ଯାଇଛି । ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହୋଇ ଚାଲିଛି, ଫଳରେ ପେଟ୍ରୋଲିୟମ୍ ଏବଂ ଖାଦ୍ୟ ଭଳି ଆବଶ୍ୟକ ସାମଗ୍ରୀ ଆମଦାନୀ ହୋଇ ପାରୁନି । ସାରା ଦେଶରେ ଦରଦାମ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି । ମୁଦ୍ରାସ୍ଫୀତି ୧୭ପ୍ରତିଶତ ଟପି ଯାଇଛି । ଋଣ ଭାରରେ ବୁଡି ଯାଇଛି ଦେଶ । ଶ୍ରୀଲଙ୍କା ମୁଦ୍ରା ଡଲାର ତୁଳନାରେ ଅତ୍ୟନ୍ତ ଦୁର୍ବଳ ହୋଇ ପଡିଛି । ସାରା ଦେଶରେ ୧୨ରୁ ୧୩ ଘଣ୍ଟା ବିଦ୍ୟୁତ୍ କାଟ୍ ହେଉଛି । ଚାଉଳ କିଲୋ ୫ ଶହ ଟଙ୍କାରେ ପହଂଚିଛି । ଚିନି କିଲୋ ୨୯୦ ଟଙ୍କାରେ ମିଳୁଛି । ଶହେ ଟଙ୍କା ଦେଲେ ମିଳୁଛି ଗୋଟେ କପ୍ ଚା’ । ପେଟ୍ରୋଲ, ଡିଜେଲ୍ ମିଳୁନି । ଏଲପିଜି ସିଲିଣ୍ଡର ଦାମ୍ ୪ ହଜାର ୧୧୯ ଟଙ୍କା । ସାରା ଦେଶରେ ରାଷ୍ଟ୍ରପତି ରାଜପକ୍ଷେ ଏମରଜେନସୀ ଲାଗୁ କରିଛନ୍ତି । ଶ୍ରୀଲଙ୍କାର ଏହି ସ୍ଥିତି ପାଇଁ ଦାୟୀ – ସରକାରୀ ଅର୍ଥର କୁପରିଚାଳନା ଏବଂ ଟିକସ ଛାଡ ଭଳି କିଛି ନିଷ୍ପତ୍ତି । ସରକାରଙ୍କ କିଛି ମାଗଣା ସ୍କିମ୍ ଏବେ ବୁମେରାଂ ପାଲଟିଛି । ଶ୍ରୀଲଙ୍କାର ଏଭଳି ଗମ୍ଭୀର ସ୍ଥିତି ଅନ୍ୟ ଦେଶ ପାଇଁ ବଜାଇଛି ସତର୍କଘଣ୍ଟି ।