Headlines Odisha Tv

An Odia News Portal

ସୁରକ୍ଷା ଦାବିରେ ଫାଣ୍ଡି ଆଗରେ ଧାରଣା

ସୋର, ୦୫/୦୪ : ସୁରକ୍ଷା ଦାବି କରି ରାତି ସାରା ଫାଣ୍ଡି ଆଗରେ ଧାରଣା। ବାଲେଶ୍ୱର ଜିଲ୍ଲା ଗୋପାଳପୁର ଫାଣ୍ଡିରେ ମଳଙ୍ଗ ଗ୍ରାମର ଦିବାକର ସାହୁ ଓ ତାଙ୍କ ପରିବାର ଧାରଣା ଦେଇଛନ୍ତି। ଦିବାକର ସାହୁଙ୍କୁ କିଛି ବ୍ୟକ୍ତି ଆକ୍ରମଣ କରିଥିବାରୁ ଦୋଷୀଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ପୀଡ଼ିତଙ୍କ ପରିବାର ଧାରଣା ଦେଇଛନ୍ତି। ସୂଚନାନୁଯାୟୀ, ମଳଙ୍ଗ ଗ୍ରାମରେ ବାଡ଼ ପୋଡିବା ଘଟଣା ସମାଧାନ ନେଇ ସୋମବାର ରାତିରେ ନିରଞ୍ଜନ ମଣ୍ଡଳ, ଦିବାକର ସାହୁ ଓ ଗ୍ରାମର ଅନ୍ୟ ଏକ ପରିବାର ଗୋପାଳପୁର ଫାଣ୍ଡିରେ ଆଲୋଚନା କରି ଘରକୁ ଫେରୁଥିଲେ। ଏହି ସମୟରେ ଆଲୋଚନାରେ ଭାଗ ନେଇଥିବl ଭଦ୍ରଲୋକ ଦିବାକର ସାହୁଙ୍କୁ ଗାଁ ଛକରେ କିଛି ଲୋକ ଆକ୍ରମଣ କରିଥିଲେ। ଏଥିରେ ଦିବାକର ଆହତ ହୋଇଯାଇଥିଲେ। ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଏହି ଘଟଣା ପରେ ଦିବାକରଙ୍କ ପରିବାର ଲୋକ ଓ ଗାଁର ଗୋଟିଏ ଗୋଷ୍ଠୀ ସୁରକ୍ଷା ଦାବିରେ ଫାଣ୍ଡି ଆଗରେ ଧାରଣା ଦେଇଛନ୍ତି।