Headlines Odisha Tv

An Odia News Portal

ରିମାଣ୍ଡର ପ୍ରଥମ ଦିନରେ ବଡ଼ବଡ଼ିଆଙ୍କୁ ବଞ୍ଚାଇବା ପାଇଁ ଚାଲ୍ କରୁଥିବା ଚର୍ଚ୍ଚା

 ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟାକାଣ୍ଡ ପଛରେ ଥିବା ମେମୋରି ଚିପ୍ ରହସ୍ୟ ଲୁଚାଇବାକୁ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ବିଭ୍ରାନ୍ତ କରୁଛନ୍ତି ଶର୍ମିଷ୍ଠା ରାଉତ । । ମେମୋରି ଚିପରେ ବାହାଘର ଫଟୋ ଓ ଭିଡିଓ ଥିବା କହି ନିଜର ସଫେଇ ରଖିଛନ୍ତି ଶର୍ମିଷ୍ଠା । ଏଥିସହ ରିମାଣ୍ଡର ପ୍ରଥମ ଦିନରେ ବଡ଼ବଡ଼ିଆଙ୍କୁ ବଞ୍ଚାଇବାକୁ ଏକପ୍ରକାର କସରତ ଆରମ୍ଭ କରିଦେଇଛନ୍ତି ଶର୍ମିଷ୍ଠା । ମାନସଙ୍କଠାରୁ ମେମୋରି କାର୍ଡ ହାତେଇବା ଥିବା ଶର୍ମିଷ୍ଠା ସ୍ୱୀକାର କରିଥିବା ବେଳେ ଏବେ ତାହା କେଉଁଠି ଅଛି ସେନେଇ କ୍ରାଇମବ୍ରାଞ୍ଚ ସ୍ପଷ୍ଟ ତଥ୍ୟ ହାସଲ କରିପାରିନାହିଁ । ଯଦି ମେମୋରିଚିପ୍ ଭିଡିଓ ଡିଲେଟ ହୋଇଥିବ, ଫରେନସିକ୍ ସାଇନ୍ସ ଲାବରେଟୋରିରୁ ରିକଭରି ହୋଇପାରିବ । କିନ୍ତୁ ଏହାକୁ ଭାଙ୍ଗି ଦେଇଥିଲେ ଏଥିରେ ବଡ଼ବଡ଼ିଆଙ୍କୁ ଥିବା ତଥ୍ୟ ସବୁଦିନ ପାଇଁ ଲୁଚିଯିବାର ସମ୍ଭାବନା ଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି । ଅଭିଯୁକ୍ତଙ୍କୁ ଜେରା ପାଇଁ କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡାଙ୍କ ନେତୃତ୍ୱରେ ୪ଟି ଟିମ୍ ଗଠନ କରାଯାଇଛି । ପ୍ରତି ଟିମରେ ୪ଟି ଲେଖାଏଁ ଅଧିକାରୀ ଅଛନ୍ତି । ଜେରା ପ୍ରଥମ ଦିନରେ ଶର୍ମିଷ୍ଠା ମେମୋରି ଚିପକୁ ନେଇ ଯେଉଁ କାହାଣୀ କହିଛନ୍ତି ତାକୁ ବିଶ୍ୱାସ କରିପାରିନାହିଁ କ୍ରାଇମବ୍ରାଞ୍ଚ । ଗୋଟିଏପଟେ କ୍ରାଇମବ୍ରାଞ୍ଚ ଏମାନଙ୍କୁ ରିମାଣ୍ଡରେ ଆଣିଥିବାବେଳେ ନୟାଗଡ଼ରେ ମାନସଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଛି । ଏହି ରିପୋର୍ଟରେ ମାନସଙ୍କୁ ଲମ୍ବା ସମୟ ଧରି ଭୋକ ଉପାସରେ ରଖାଯିବା ସହିତ ଶାରୀରିକ ନିର୍ଯାତନା ଦିଆଯାଇଥିବା ସ୍ପଷ୍ଟ ହୋଇଛି । ମାନସଙ୍କୁ ଏଭଳି ମାଡ଼ ହୋଇଥିଲା ଯେ ତାଙ୍କ ପଞ୍ଜରା ହାଡ଼ ଭାଙ୍ଗିଯାଇଥିଲା । ପ୍ରଚୁର ରକ୍ତସ୍ରାବ ଯୋଗୁ ମାନସଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି । ମାନସଙ୍କୁ ମାଡ଼ ମାରିବା ପାଇଁ ଲୁହା ରଡ଼ ବ୍ୟବହାର ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟ କହୁଛି । କିନ୍ତୁ ପୁଲିସ ମାତ୍ର ୩ଟି ଠେଙ୍ଗା ଜବତ କରିଛି । ହତ୍ୟାରେ ବ୍ୟବହୃତ ଅନ୍ୟ ସାମଗ୍ରୀକୁ କ୍ରାଇମବ୍ରାଞ୍ଚ ଟିମ୍ ଖୋଜାଖୋଜି କରୁଛି ।