Headlines Odisha Tv

An Odia News Portal

ମାତିଛି ଗୋଠଛଡା ଦନ୍ତା

ତେଲକୋଇ ୨୫/୦୩ : ତେଲକୋଇରେ ଗୋଠଛଡା ଦନ୍ତାର ଉପଦ୍ରବ ଥମିବାର ନାଁ ଧରୁନି । କେତେବେଳେ ଘର ଭାଙ୍ଗୁଛି ତ ଆଉ କେତେବେଳେ ଲୋକଙ୍କୁ ମାରିବାକୁ ଗୋଡାଉଛି।ସଂଧ୍ୟା ନହେଉଣୁ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସୁଛି ଦନ୍ତା ।ଗତକାଲି ବିଳମ୍ବିତ ରାତିରେ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ରାଇସୁଆଁ ପଞାୟତ ରାଣିବେଡା ଗାଁ ନୂଆସାହିରେ ପଶି ଧର ମୁଣ୍ଡାଙ୍କ ଘର ଭାଙ୍ଗି ଧାନଚାଉଳ ଖାଇବା ସହ କଦଳୀ ଗଛକୁ ଦଳିମକଚି ନଷ୍ଟ କରିଦେଇଛି । ଘର ଭାଙ୍ଗିବା ଦେଖି ଧରମୁଣ୍ଡା ନିଜର ଛୋଟ ଛୁଆଙ୍କୁ ଧରି ଦୌଡ଼ି ପଳାଇ ଯାଇଥିଲେ, ସାହି ଲୋକଙ୍କୁ ଡାକିଥିଲେ । ସାହିଲୋକେ ନିଆଁହୋଳା ସାହାଯ୍ୟରେ ଦନ୍ତାହାତୀକୁ ସେଠାରୁ ଘଉଡାଇଥିଲେ ।ବନବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି । ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ଦନ୍ତା ହାତୀଟି ନିଆଁ ଭୟରେ ଗାଁ ମୁହାଁ ହେଉଛି । ସେପଟେ ଜଙ୍ଗଲରେ ନିଆଁ ଲାଗିବା ଦ୍ବାରା ବନ୍ୟଯନ୍ତୁଙ୍କ ଖାଦ୍ୟ ଜଳିପୋଡି ନଷ୍ଟ ହୋଇଯାଉଥିବା ଯୋଗୁଁ ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସୁଥିବା ଲୋକେ ପ୍ରକାଶ କରିଛନ୍ତି ।