ଯାଜପୁର ୨୦।୦୩ : ଯାଜପୁର ଜିଲ୍ଲା ଖରସ୍ରୋତା ନଦୀ ବୁଡି ଘଟଣା । ନିଖୋଜ ସମସ୍ତ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳୁ ଷଷ୍ଠ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ଉଦ୍ଧାର ହୋଇଥିବା ଯୁବକ ହେଲେ ବିଶ୍ବଜିତ ଜେନା ଓରଫ ବବଲୁ। ଏହାସହ ଶେଷ ହୋଇଛି ଓଡ୍ରାଫ ଟିମ୍ ର ଅପରେସନ୍ । ଖବର ଅନୁଯାୟୀ, ଶୁକ୍ରବାର ଦିନ ଖରସ୍ରୋତା ନଦୀରେ ୭ ଜଣ ଭାସି ଯାଇଥିବା ବେଳେ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ଶୁକ୍ରବାର ହିଁ ୨ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ଶନିବାର ୩ ଜଣଙ୍କ ମୃତଦେହ ମିଳିଥିଲା । ଆଜି ସକାଳୁ ନିଖୋଜ ଥିବା ଆଉ ଜଣଙ୍କ ମୃତଦେହ ମିଳିଛି । ଦୋଳ ପୂର୍ଣ୍ଣିମା ଅବସରରେ ରଙ୍ଗ ଖେଳି ସାରି ନଦୀରେ ଗାଧୋଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଏମାନେ ଭାସି ଯାଇଥିଲେ । ଅସମୟରେ ଏମାନଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ। ବାହୁନୀ ବାହୁନୀ କାନ୍ଦୁଛନ୍ତି ବାପା ମା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
More Stories
କୋରାପୁଟ ୨୦୨୪ ପୋରବ ଉଦ୍ଘାଟିତ, ପ୍ରତି ବ୍ଲକରେ ଆଣିଲେ ମସାଲ୍
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ