ଜୟପୁର, ୨୦/୦୩: ରଘୁନାଥ ମନ୍ଦିରରେ ଅଗ୍ନିକାଣ୍ଡ। କୋରାପୁଟ ଜିଲ୍ଲା ଜୟପୁରରେ ଥିବା ରଘୁନାଥ ମନ୍ଦିରରେ ଗ୍ୟାସ ସିଲିଣ୍ଡର ଫାଟି ଅଘଟଣ ଘଟିଛି। ସୂଚନାନୁସାରେ, ରବିବାର ସକାଳେ ମନ୍ଦିରରେ ଥିବା ଏକ ଗ୍ୟାସ ସିଲିଣ୍ଡର ଫାଟିଯାଇଥିଲା । ଫଳରେ ଅଗ୍ନିକାଣ୍ଡ ଘଟିଥିଲା । ଏହା ଏତେ ଭୟଙ୍କର ଥିଲା ଯେ, କମ୍ ସମୟରେ ଦେବୋତ୍ତର ବିଭାଗ କାର୍ଯ୍ୟାଳୟ ସମେତ ଆଖପାଖକୁ ବ୍ୟାପି ଯାଇଥିଲା। ନିଆଁ ବାବଦରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ସେମାନେ ପହଁଚି ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି ।
More Stories
କୋରାପୁଟ ୨୦୨୪ ପୋରବ ଉଦ୍ଘାଟିତ, ପ୍ରତି ବ୍ଲକରେ ଆଣିଲେ ମସାଲ୍
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ