ଭୁବନେଶ୍ୱର ୨୦।୦୩ : ପୁଣି ଅଶାନ୍ତ ବାଣୀ ବିହାର କ୍ୟାମ୍ପସ୍। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଏହାପରେ ଗାଡି ପୋଡିଦେଲେ ଦୁର୍ବୁତ୍ତ । ଗାଡ଼ି ପୋଡ଼ାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପିଲାଙ୍କୁ ବୁଝାସୁଝା କରିଥିବା ଜଣାପଡିଛି। ଖବର ଅନୁଯାୟୀ,, ଶନିବାର ବିଳମ୍ବିତ ରାତିରେ ବାଣୀ ବିହାର କ୍ୟାମ୍ପସରେ ଭିତରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ଗାଡି ପାର୍କିଂକୁ ନେଇ ବିବାଦ ଦେଖାଦେଇଥିଲା । ଏହାପରେ କିଛି ଦୁର୍ବୁତ୍ତ ହଷ୍ଟେଲ୍ ଆଗରେ ଥିବା ଦାମୀ ବାଇକ୍ ଓ ସ୍କୁଟିରେ ନିଆଁ ଲଗାଇ ଦେଇଥିଲା । ଯାହାଫଳରେ ଗାଡିଗୁଡିକ ପୋଡିଯାଇଛି । ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ପରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ପୋଲିସ ପହଞ୍ଚି ତଦନ୍ତ ଛାନ୍ଭିନ୍ ଆରମ୍ଭ କରିଛି।
More Stories
କୋରାପୁଟ ୨୦୨୪ ପୋରବ ଉଦ୍ଘାଟିତ, ପ୍ରତି ବ୍ଲକରେ ଆଣିଲେ ମସାଲ୍
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ