Headlines Odisha Tv

An Odia News Portal

ଆମେଠୀରେ ଜମିଜମା ବିବାଦକୁ ନେଇ ରକ୍ତାକ୍ତ ପରିସ୍ଥିତି

ଆମେଠୀ ୧୬/୦୩ :ଉତ୍ତରପ୍ରଦେଶର ଆମେଠୀରେ ଗ୍ରାମ ସମାଜର ଜମିଜମା ବିବାଦକୁ ନେଇ ରକ୍ତାକ୍ତ ସଂଘର୍ଷ ସୃଷ୍ଟି ହୋଇଥିଲା । ଗୋଟିଏ ପରିବାର ଅନ୍ୟ ପରିବାର ଉପରେ ଲାଠି ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଏହି ସଂଘର୍ଷ ଏତେ ତୀବ୍ର ରୂପ ନେଇଥିଲା ଯେ, ଏଥିରେ ୪ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୬ ଜଣ ଆହତ ହୋଇଥିବା ଖବର ମିଳିଛି । ଏହି ମାମଲା ଆମେଠୀର ଗୁଙ୍ଗୱାଚର ରାଜପୁର କୌହରଠାରେ ଘଟିଛି । କୁହାଯାଉଛି ଯେ ଏଠାରେ ରହୁଥିବା ସଙ୍କଟା ପ୍ରସାଦଙ୍କ ଘର ଗ୍ରାମସଭାର ଜମିରେ ରହିଛି । ଗାଁର ରାମଦୁଲେ, ବ୍ରିଜେଶ ଏବଂ ଅଖିଳେଶ ଏହି ଜବରଦଖଲକୁ ବିରୋଧ କରିଥିଲେ । ଯେତେବେଳେ ସଙ୍କଟା ପ୍ରସାଦ ମନା କରିଦେଲେ, ଦଖଲକାରୀମାନେ ସାଙ୍କଟା ପ୍ରସାଦ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଉପରେ ଆକ୍ରମଣ କରିଥିଲେ । ସୂଚନାନୁସାରେ, ଆକ୍ରମଣକାରୀମାନେ ସଙ୍କଟା ପ୍ରସାଦ, ହନୁମାନ ଯାଦବ, ଧନୋ ଦେବୀ, ନୟାକା ଦେବୀ, ରାଜକୁମାର ଯାଦବ, ଅଶୋକ କୁମାରଙ୍କୁ ବାଡ଼ିରେ ଏବଂ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ । ଏହି ଆକ୍ରମଣ ପରେ ସମସ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା । ଯେଉଁଠାରେ ସଙ୍କଟା ଯାଦବ, ହନୁମାନ ଯାଦବ, ଅମରଶ ଯାଦବ ଏବଂ ପାର୍ବତୀ ଯାଦବଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା । ସୂଚନା ପାଇବା ପରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଏହି ଅଞ୍ଚଳକୁ ଏକ କଣ୍ଟେନମେଣ୍ଟରେ ପରିଣତ କରିଥିଲେ । ପରେ ମୃତଦେହ ସବୁକୁ ପୋଷ୍ଟମର୍ଟମ ପାଇଁ ପାଠାଇ ଅଧିକ ତଦନ୍ତି କରୁଛି ପୋଲିସ । ସେପଟେ ଆହତମାନଙ୍କ ହସ୍ପିଟାଲରେ ଚାଲିଛି ଚିକିତ୍ସା । ପୋଲିସର ସୂଚନାନୁସାରେ, ଏହି ମାମଲା ଗ୍ରାମ ସମାଜର ଜମି ସହ ଜଡିତ, ଯେଉଁଥିରେ ଉଭୟ ଯାଦବ ଦଳ ମଧ୍ୟରେ ବିବାଦ ଲାଗି ରହିଥିଲା ।