ପୁରୀ, ନଭେମ୍ବର ୧ : କାଳୀ ପୂଜା ପାଇଁ ଦକ୍ଷିଣକାଳୀ ପୀଠରେ ଜାରି ହେବ ୧୪୪ ଧାରା । ଆସନ୍ତା ୪ ଓ ୫ ତାରିଖରେ କାଳୀ ପୂଜା ଅବସରରେ ବୀରଗୋବିନ୍ଦପୁର ସ୍ଥିତ ଦକ୍ଷିଣକାଳୀଙ୍କ ପୀଠରେ ୧୪୪ ଧାରା ଜାରି କରାଯିବ । ତେବେ କରୋନା କଟକଣାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ସେହିପରି ରାଜ୍ୟରେ କରୋନା କଟକଣାକୁ ଦୃଷ୍ଟିରେ ରଖି ଉପଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଦକ୍ଷିଣକାଳୀ ମନ୍ଦିର ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ମାତ୍ର ବର୍ତ ବର୍ଷ ଭଳି ବିଧି ମୁତାବକ ନୀତିକାନ୍ତି ପାଳନ ହେବ ।
ଏହାସହିତ କଟକଣା ଅବଧି ସମୟରେ କେବଳ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତି ବିଶେଷମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ଏହାକୁ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।
More Stories
ପୋଲିସ ଓ ଅବକାରୀ ବିଭାଗ ମିଳିତରେ ୨୪ ଶହରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ*
ଭତ୍ତା ଟଙ୍କା ଆଣିବାକୁ ଯାଇ ମୃତ୍ୟୁ ବରଣ କଲେ ବୃଦ୍ଧା*