Headlines Odisha Tv

An Odia News Portal

ଆଜିଠୁ ଟ୍ୱିନ ସିଟିରେ ଆରମ୍ଭ ହେବ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର, ଅକ୍ଟୋବର ୧୧ : ପାର୍ବଣରେ ଭିଡ ରୋକିବାକୁ ଟ୍ୱିନ ସିଟିରେ କଡା ସୁରକ୍ଷା । ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କପିବା ପାଇଁ ଆଜିଠୁ ଟ୍ୱିନ ସିଟିରେ ଆରମ୍ଭ ହେବ ନାଇଟ୍ କର୍ଫ୍ୟୁ । ରାତି ୮ଟାରୁ ସକାଳ ୫ଟା ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ଆଜିଠୁ ଆସନ୍ତା ୨୦ ତାରିଖ ପର‌୍ୟ୍ୟ ନନ୍ତ ଟ୍ୱିନସିଟିରେ ରାତି ୮ଟାରୁ ଭୋର୍ ୫ଟା ଯାଏଁ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ପାର୍ବଣ ବେଳେ ବଜାରରେ ଗହଳି ହେବା ଯୋଗୁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ତେଣୁ ଏହାକୁ ନିୟନ୍ତ୍ରଣ କରିବାକୁ ପୁଲିସ୍ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।  ଏହି ସମୟରେ ଲୋକମାନେ ନିୟମ ପାଳନରେ ସହଯୋଗ କରିବାକୁ ପୋଲିସ କମିଶନର ଅପିଲ୍ କରିଛନ୍ତି । ତେବେ ଏହି କଟକଣା ନମାନିଲେ ତାଙ୍କ ବିରୋଧରେ କଡ଼ା କାର‌୍ୟ୍ୟା ନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଏନେଇ ପୋଲିସ କମିଶନର କହିଛନ୍ତି, ଯେପରି ରାତି ୮ଟା ପରେ କଟକ, ଭୁବନେଶ୍ୱରରେ କଟକଣାକୁ କଡ଼ାକଡ଼ି ପାଳନ କରାଯିବା ସହ ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯିବ। ନିୟମ ଖିଲାପ କଲେ ଅମାନିଆ ଭୋଗିବେ ଦଣ୍ଡ । ଏଥିସହ ଦାଦାବଟିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। କିଏ ଦାଦାବଟି ଆଦାୟ କରୁଥିବାର ନଜର ଆସିଲେ ଦୃଢ କାର‌୍ୟ୍ୟା ନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଦୁର୍ଗାପୂଜା ବେଳେ ସର୍ତକ ରହିବା ସହ ନିୟମ ପାଳନ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ସିପି ।

ଏଥିସହ ପାର୍ବଣ ବେଳେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ କମିଶନରେଟ ପୁଲିସ୍‌ର ସ୍କାନରରେ ରହିବେ ଅପରାଧୀ। ଅପରାଧୀଙ୍କ ଉପରେ କଡ଼ା ନଜର ରଖିବ କମିଶନରେଟ୍ ପୋଲିସ୍ । ଟ୍ୱିନ୍ ସିଟିରେ ପେଷାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ ଦୃଢ କାର‌୍ୟ୍ୟା ନୁଷ୍ଠାନ ନିଆଯିବ ବୋଲି ସିପି ଚେତାବନୀ ଦେଇଛନ୍ତି। କଟକରେ ମୁତୟନ ରହିବେ ୩୨ ପ୍ଲାଟୁନ ପୋଲିସ ଫୋର୍ସ , ୨୦ ଚେକ ଫୋର୍ସଙ୍କ ସହ ୧୦୦ ପୋଲିସ ଅଧିକାରୀ ଓ ୧୫୦ ହୋମଗାର୍ଡଙ୍କୁ ନିୟୋଜିତ କରାଯିବ । ମଦୁଆଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍ୱାର୍ଡ ପ୍ରସ୍ତୁତ କରାଯାଇଛି । ପୂଜା ଆରମ୍ଭ ପୂବରୁ ୪୧ ଜଣ ଗିରଫ ହେଲେଣି । ଆଉ ୨୦୩ଜଣଙ୍କୁ ଧରିବା ପାଇଁ ତାଲିକା ପ୍ରସ୍ତୁତ କରାଯାଇଛି । ନାଇଟ କର୍ଫ୍ୟୁକୁ କଡାକଡି ପାଳନ କରିବା ପାଇଁ ରାତିରେ ସ୍ପେଶାଲ ସ୍ୱାର୍ଡ ନିୟୋଜିତ କରାଯିବା ସହିତ ସାଧା ପୋଷାକ ପୋଟ୍ରୋଲିଂ ବ୍ୟବସ୍ଥା କରାଯାଇଛି ।