ଆବୁଧାବୀ, ସେପ୍ଟେମ୍ବର ୨୪ : କୋଲକାତା ନାଇଟ୍ ରାଇଡର୍ସ (କେକେଆର)ର ଅଧିନାୟକ ଇଅନ ମୋର୍ଗାନଙ୍କୁ ଜରିମାନା ଦେବାକୁ ପଡ଼ିବ । ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) ବିପକ୍ଷ ଇଣ୍ଡିଆନ୍ ପ୍ରିମିୟର ଲିଗ (ଆଇପିଏଲ) ମ୍ୟାଚ ସମୟରେ ମନ୍ଥର ବୋଲି କାରଣରୁ ମୋର୍ଗାନଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା ଦେବାକୁ ହେବ । ନବାଗତ ଭେଙ୍କଟେଶ ଆୟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ଗୁରୁବାର ମୁମ୍ବାଇ ବିପକ୍ଷରେ ମ୍ୟାଚ ବିଜୟୀ ହୋଇଥିଲା । କୋଲକାତା ୭ ୱିକେଟରେ ମୁମ୍ବାଇକୁ ପରାସ୍ତ କରିବା ସହିତ ଅଙ୍କ ତାଲିକାର ଶୀର୍ଷରେ ପହଂଚିଛି । ମାତ୍ର ଏହି ବିଜୟ ପରେ ଦଳର ଅଧିନାୟକ ମୋର୍ଗାନଙ୍କୁ ଜରିମାନା ଆଦେଶ ହୋଇଛି ।
ଆଇପିଏଲ୍ର ବୟାନରେ କୁହାଯାଇଛି ଯେ, କୋଲକାତା ନାଇଟ ରାଇଡର୍ସର ଅଧିନାୟକ ଇଅନ ମୋର୍ଗାନଙ୍କ ଉପରେ ଆବୁଧାବୀର ଜାୟଦ କ୍ରିକେଟ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସର ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ ସମୟରେ କୋଲକାତା ମନ୍ଥର ବୋଲିଂ କରିଛି ।
ସୂଚନାଯୋଗ୍ୟ, ମୁମ୍ବାଇ ଇଣ୍ଡିଆନ୍ସକୁ ଆଇପିଏଲ-୨୦୨୧ରେ ଲଗାତାର ୨ୟ ପରାଜୟର ଶିକାର ହେବାକୁ ପଡ଼ିଛି । ମୁମ୍ବାଇ ରୋହିତ ଶର୍ମା ଓ କ୍ୱିଣ୍ଟନ ଡି କକ ପ୍ରଥମ ୱିକେଟରେ ୭୮ ରନ୍ କରିଥିଲା । କିନ୍ତୁ ଟିମ ଇନିଂସର ଶେଷ ପର୍ଯ୍ୟାୟରେ ଭଲ ସ୍କୋର କରିପାରି ନଥିଲା । ମୁମ୍ବାଇର ଟିମ ୧୫୫ ରନ୍ରେ ଅଟକିଯାଇଥିଲା । ତେଣୁ ୧୫୬ ରନ୍ର ବିଜୟ ଲକ୍ଷ୍ୟକୁ କୋଲକାତା ୧୫.୧ ଓଭରରେ ସହଜରେ ହାସଲ କରିନେଇଥିଲା । କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଯୁବ ବ୍ୟାଟ୍ସମ୍ୟାନ ଭେଙ୍କଟେଶ ଆୟର ଓ ରାହୁଲ ତ୍ରିପାଠୀ ଦମଦାର ଅର୍ଦ୍ଧଶତକ ରନ୍ ହାସଲ କରିଥିଲେ । ଆୟର ୫୩ ରନ୍ ଓ ତ୍ରିପାଠୀ ଅପରାଜିତ ୭୪ ରନ୍ କରିଥିଲେ ।
More Stories
ପୋଲିସ ଓ ଅବକାରୀ ବିଭାଗ ମିଳିତରେ ୨୪ ଶହରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ*
ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ।