ଭୁବନେଶ୍ୱର, ସେପ୍ଟେମ୍ବର ୧୪ : ରାଜ୍ୟରେ କରୋନା ସଂକ୍ରମଣ କିଛି ମାତ୍ରାରେ ତଳମୁହାଁ ହୋଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ସ୍ଥିର ରହିଛି । ପୂର୍ବରୁ ରାଜ୍ୟରୁ ପ୍ରାୟ ହଜାରେ ଉପରେ କରୋନା ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ ଗତ କିଛି ଦିନ ହେବ ସୁସ୍ଥ ସଂଖ୍ୟା ହଜାରେ ତଳେ ରହୁଛି । ଆଜି ମଧ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ପୁରା ରାଜ୍ୟରୁ ୭୯୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୂଯାଇ ସୁସ୍ଥ ହୋଇଥିବା ୭୯୩ ଜଣଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୪୩ ଜଣ ସୁସ୍ଥ ହୋଇଛନ୍ତି ।ଆଜିର ସୁସ୍ଥ ହାରକୁ ମିଶାଇ ରାଜ୍ୟରେ ମୋଟ୍ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୬୦୩ ରେ ପହଞ୍ଚିଛି ।
More Stories
ପୋଲିସ ଓ ଅବକାରୀ ବିଭାଗ ମିଳିତରେ ୨୪ ଶହରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ*
ଭତ୍ତା ଟଙ୍କା ଆଣିବାକୁ ଯାଇ ମୃତ୍ୟୁ ବରଣ କଲେ ବୃଦ୍ଧା*