ଭୁବନେଶ୍ୱର, ସେପ୍ଟେମ୍ବର ୧୦ : ଆଜି ହେଉଛି ଗଣେଶ ଚତୁର୍ଥୀ । ଗଣେଶ ପୂଜାକୁ ନେଇ ସମସ୍ତେ ଉତ୍ସାହିତ ରହିଥାନ୍ତି । ମଞ୍ଚ ବନ୍ଧା ଠାରୁ ଆରମ୍ଭ କରି ସାଜସଜାକୁ ସମସ୍ତେ ଲାଗିପଡିଥାନ୍ତି । ହେଲେ ଏଥର କରୋନା କଟକଣା ପାଇଁ ଗଣେଶ ପୂଜା ଫିକା ପଡିଛି । ପୂଜା ମଣ୍ଡପରେ କି ଶିକ୍ଷାନୁଷ୍ଠାନରେ ଧୁମଧାମରେ ପାଳିତ ହେବ ନାହିଁ । ମାତ୍ର ବିଧି ରକ୍ଷା ପାଇଁ ବିଘ୍ନ ବିନାଶକଙ୍କୁ ଆରାଧନା କରାଯିବ ।
ରାଜ୍ୟର ବିଭିନ୍ନ ସ୍ଥାନରେ ଗଣେଶ ପୂଜା ବନ୍ଦ କରାଯାଇଛି । ସେହିପରି ସ୍କୁଲମାନଙ୍କରେ ମଧ୍ୟ ଭିଡ ଜମିବ ନାହିଁ କେବଳ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପୂଜା କରାଯିବ । ମଣ୍ଡପଗୁଡିକରେ ୨ରୁ ଅଧିକ ଲୋକ ଏକାଠି ରହିପାରିବେ ନାହିଁ ।
ଅନ୍ୟପଟେ ଟ୍ୱିନ ସିଟିରେ ମଧ୍ୟ କଟକଣାକୁ କଡାକଡି ଭାବେ ପାଳନ କରାଯାଉଛି । ସାର୍ବଜନୀନ ସ୍ଥାନରେ ପୂଜା କରାଯାଉନାହିଁ । ଏହାସହିତ ଡିଜେ ବାଜି ପାରିବ ନାହିଁ । କେବଳ ବିଧି ରକ୍ଷା ପାଇଁ ଟ୍ୱିନ ସିଟିରେ ମଧ୍ୟ ପୂଜା କରାଯାଉଛି । ଗହଳି ନଜମିବା ପାଇଂ କମିଶନରେଟ ପୋଲିସ ପକ୍ଷରୁ ପେଟ୍ରୋଲିଂ ମଧ୍ୟ କରାଯାଉଛି ।
More Stories
ପୋଲିସ ଓ ଅବକାରୀ ବିଭାଗ ମିଳିତରେ ୨୪ ଶହରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ*
ଭତ୍ତା ଟଙ୍କା ଆଣିବାକୁ ଯାଇ ମୃତ୍ୟୁ ବରଣ କଲେ ବୃଦ୍ଧା*