ବିନିକା : ୨୨୦ କେଭି ଓପିଟିସିଏଲର ବିଦ୍ୟୁତ ଟାଓ୍ୱାରକୁ ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ୱାଭିମାନ ମଞ୍ଚ ପକ୍ଷରୁ ଆଜି ୧୨ଘଣ୍ଟିଆ ବିନିକା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି। ବନ୍ଦ ପାଳନ ବେଳେ ଗାଡ଼ି ଚଳାଚଳ ଏବଂ ଜରୁରୀ ସେବାକୁ ବାଦ ଦିଆଯାଇଛି। ହେଲେ ସମସ୍ତ ସ୍କୁଲ, କଲେଜ, ବ୍ୟାଙ୍କ, ସରକାରୀ ବେସରକାରୀ ଅନୁଷ୍ଠାନ, ଦୋକାନ ବଜାର ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖାଯାଇଛି I ବିନିକା ସହରରେ ୨୨୦ କେଭି ଓପିଟିସିଏଲର ବିଦ୍ୟୁତ ଟାଓ୍ୱାର ରହିଛି। ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବିନିକାବାସୀ ଦାବି କରି ଆସୁଛନ୍ତି। ହେଲେ ପ୍ରଶାସନ ସେମାନଙ୍କ ଦାବିକୁ କର୍ଣ୍ଣପାତ କରୁନାହିଁ। ଆଜି ଏହାର ପ୍ରତିବାଦରେ ୧୨ ଘଣ୍ଟିଆ ବନିକା ବନ୍ଦ ଡାକରା ଦିଆଯାଇଛି। ବିଦ୍ୟୁତ ଟାଓ୍ୱାର ଯୋଗୁ ସହରର ବିକାଶ ଠପ୍ ହେବା ସହ ଲୋକଙ୍କ ଧନ ଜନଜୀବନ ମଧ୍ୟ ପ୍ରଭାବିତ ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପକେଟିଂ କରି ଗାଡ଼ି ମଟର ଚଳାଚଳ ଓ ଦୋକାନ ବଜାର ବନ୍ଦ କରିଛନ୍ତି।
More Stories
କୋରାପୁଟ ୨୦୨୪ ପୋରବ ଉଦ୍ଘାଟିତ, ପ୍ରତି ବ୍ଲକରେ ଆଣିଲେ ମସାଲ୍
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ