ମାଲକାନିଗିରି ୨୩।୧୧ : ଜଙ୍ଗଲ ଭିତରୁ ମାଓ କମାଣ୍ଡରଙ୍କ ମୃତଦେହ ଠାବ। ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଓ ଦନ୍ତେୱାଡା ଜିଲ୍ଲା ମଧ୍ୟରେ ରହିଥିବା ଜଙ୍ଗଲ ଭିତରୁ ଜଣେ ମାଓ କମାଣ୍ଡରଙ୍କ ମୃତଦେହ ଠାବ ହୋଇଛି। ମାଓ ସଙ୍ଗଠନର ସଦସ୍ୟ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଖବର ଅନୁଯାୟୀ, ସୁକୁମା ଓ ଦନ୍ତେୱାଡା ଜିଲ୍ଲା ସୀମାନ୍ତରେ ଥିବା ଫୁସାରାସ ଘାଟୀ ନିକଟରେ ଥିବା ଜଙ୍ଗଲ ଭିତରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଖବର ପାଇ ସିଆରପିଏଫ ଏବଂ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ମୃତକ ଜଣଙ୍କ ଦରଭା ମାଓ ଡିଭିଜନର କଟେକଲ୍ୟାଣ କମିଟିର କମାଣ୍ଡର ବୋଲି ପୋଲିସ ଚିହ୍ନଟ କରିଛି। ତାଙ୍କ ନାମ ଦେବା ଓରଫ ତିରି ମାଡକାମୀ ବୋଲି ଜଣାପଡ଼ିଛି। ମୃତ ଦେବାଙ୍କ ନାମରେ ପୂର୍ବରୁ ଛତିଶଗଡ ପୋଲିସ ୯ଟି ହିଂସା ଘଟଣା ନେଇ ମାମଲା ରୁଜୁ କରିଥିଲା। ଦେବା ନାମରେ ଛତିଶଗଡ ସରକାର ପୂର୍ବରୁ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ। ତେବେ ମାଓ ସଙ୍ଗଠନର ସଦସ୍ୟ ଟଙ୍କାକୁ ନେଇ ନିଜ ନିଜ ଭିତରେ ଲଢେଇ କରି ଦେବାକୁ ହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣା ପଡିଛି। ବସ୍ତର ଆଇଜି ପି. ସୁନ୍ଦରରାଜ ଏନେଇ ସୂଚନା ଦେଇଛନ୍ତି।
More Stories
ପୋଲିସ ଓ ଅବକାରୀ ବିଭାଗ ମିଳିତରେ ୨୪ ଶହରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ*
ଭତ୍ତା ଟଙ୍କା ଆଣିବାକୁ ଯାଇ ମୃତ୍ୟୁ ବରଣ କଲେ ବୃଦ୍ଧା*