ରାୟଗଡା ୪।୮: ଗୁଣି ସନ୍ଦେହରେ ଜଣଙ୍କୁ ହତ୍ୟା କଲେ ଗ୍ରାମବାସୀ । ଖସି ପଳାଇବା ଯୋଗୁଁ ବର୍ତ୍ତିଗଲେ ଦୁଇ ପୁଅ । ଏପରି ଘଟଣା ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଦୁଡୁକାବାହାଲ ପଞ୍ଚାୟତ ଟିଟିଗୁଡା ଗାଁରେ । ସୂଚନାଯୋଗ୍ୟ ଯେ, ଗାଁର ଦଇ ମାଝି ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଧରି ବୁଧବାର ରାତିରେ ଘରେ ଶୋଇଥିବା ବେଳେ ଗାଁର କିଛି ଲୋକ ଗୁଣିଗାରେଡି ସନ୍ଦେହ କରି ତାଙ୍କ ସହ ପାଟିତୁଣ୍ଡ ଓ ଗାଳି ଗୁଲଜ କରିଥିଲେ । ଗାଁ ଲୋକ ଏକାଠି ହୋଇ ରାତି ପ୍ରାୟ ୧୨ଟା ବେଳେ ବାପା ଓ ଦୁଇ ପୁଅକୁ ପ୍ରଥମେ ବାନ୍ଧି ନିର୍ଦ୍ଧୁମ ପିଟିଥିଲେ । ସେହି ସମୟରେ କୌଶଳ କ୍ରମେ ଦୁଇ ପୁଅ ଦୂର୍ଯ୍ୟ ମାଝି ଓ ଲାଲୁ ମାଝି ଖସି ପଳାଇଥିଲେ । କିନ୍ତୁ ବାପା ଦଇ ମାଝି ଖସି ନପାରିବାରୁ ତାଙ୍କୁ ପିଟିପିଟି ହତ୍ୟା କରିଦେଇଛନ୍ତି । ଏହି ଘଟଣା ସମ୍ପର୍କରେ ପରିବାରଲୋକ ସ୍ଥାନୀୟ ଟିକିରି ପୋଲିସକୁ ସୂଚନା ଦେବାକୁ ଚେଷ୍ଟା କରିଥିଲେ କିନ୍ତୁ ତାହା ସମ୍ଭବ ହୋଇନଥିଲା । ଗାଁରେ ପୂର୍ବରୁ ଗୁଣିଗାରେଡି ନେଇ ଗଣ୍ଡଗୋଳ ହୋଇଥିଲା ।
More Stories
ବ୍ରହ୍ମପୁର ହାବିଲଦାର ଓ କନେଷ୍ଟବଳ ସଂଘର ଶପଥ ସମାରୋହ**
ବୈପାରିଗୁଡ଼ା ବାଘଝୋଲା ଗ୍ରାମର ରାସ୍ତା ତଦାରଖ କରିବାକୁ ଯାଇ ଫସିଲେ ବିଡ଼ିଓ
ଉପରମୁଣ୍ଡରେ ବଢୁଛି ଜଳସ୍ତର, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍; ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ