ଭୁବନେଶ୍ୱର ୨୬।୦୭ : ପ୍ରକୃତିଙ୍କୁ ଘଣ୍ଟାଏ ଜେରା । ଗୋଟିଏ କି ଦୁଇଟା ନୁହେଁ, ଏକାଥରକେ ପୋଲିସର ଡଜନେରୁ ପ୍ରଶ୍ନ ଅଧିକ ପ୍ରଶ୍ନ । ଭୁବନେଶ୍ୱର ସ୍ଥିତ ବାସଭବନରେ ଅଭିଭାବକ ଉପସ୍ଥିତିରେ ପ୍ରକୃତି ମିଶ୍ରଙ୍କୁ ଜେରା କରିଛି ଖାରବେଳନଗର ଥାନା ପୋଲିସ । ଖବର ଅନୁଯାୟୀ, ପୂର୍ବ ନୋଟିସ୍ ଆଧାରରେ ପ୍ରକୃତିଙ୍କୁ ଜେରା କରିବାକୁ ମଙ୍ଗଳବାର ତାଙ୍କ ବାସଭବନରେ ପହଞ୍ଚିଥିଲା ଖାରବେଳନଗର ଥାନା ପୋଲିସ । ଦୀର୍ଘ ଏକ ଘଣ୍ଟା କାଳ ପ୍ରକୃତିଙ୍କୁ ଜେରା କରିଛନ୍ତି ମହିଳା ପୋଲିସ ଅଧିକାରୀ । ଏହି ଜେରା ସମୟରେ ପ୍ରକୃତି ମିଶ୍ରଙ୍କ ଅଭିଭାବକ ମଧ୍ୟ ଉପସ୍ଥିତ ରହିଥିଲେ । ପୋଲିସକୁ ଆଗାମୀ ତଦନ୍ତରେ ସହଯୋଗ କରିବା ବୋଲି ପ୍ରକୃତି ପ୍ରତିଶୃତି ଦେଇଛନ୍ତି ବୋଲି ଜେରା କରୁଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ସେହିପରି ମନ୍ମଥ ମିଶ୍ର କହିଛନ୍ତି ଯେ, ପ୍ରକୃତିଙ୍କୁ ପୋଲିସ ଯାହା ଯାହା ପଚାରିଛି ସମସ୍ତ ଉତ୍ତର ରଖିଛନ୍ତି ପ୍ରକୃତି । ଆଇନ ନିକଟରୁ ନ୍ୟାୟ ପାଇବି ବୋଲି ଆଶା ରଖିଛି । ଘଟଣା ଘଟିଥିବା ଦିନ ଏବଂ ତା ପରବର୍ତ୍ତୀ ଦିନର ତଥ୍ୟ ସଂଗ୍ରହ କରିଛି ପୋଲିସ । ଶନିବାରର ଘଟଣାକୁ ନେଇ ମୁଁ ଥାନା ଏତଲା କରିଥିଲି । ମୋତେ ପଚାରିଥିଲେ, ଆଜି ପ୍ରକୃତିକୁ ପଚାରିଛନ୍ତି । କାର୍ଯ୍ୟନୁଷ୍ଠା ଆଶା କରୁଛି । ଆଉ ବାବୁ ତୁରନ୍ତ ଘରକୁ ଫେରିଯାଆନ୍ତୁ ବୋଲି କହିଛନ୍ତି । ସେପଟେ ଚେନ୍ନାଇରେ ବାବୁସାନ୍ ଓ ପ୍ରକୃତି ମିଶ୍ରଙ୍କ ଥିବା ହୋଟେଲ ସିସିଟିଭି ଫୁଟେଜ୍ ଭାଇରାଲ୍ ହେବାରେ ଲାଗିଛି। ଚେନ୍ନାଇରେ ଥିବା ବେଳେ ବାବୁସାନ୍ ଓ ପ୍ରକୃତି ଗୋଟିଏ ହୋଟେଲ୍ରେ ଥିଲେ। ଯେଉଁ ହୋଟେଲ୍ରେ ବାବୁସାନ୍ ଥିଲେ, ସେଠାରେ ହିଁ ରହିଥିଲେ ପ୍ରକୃତି। ହୋଟେଲର ସିସିଟିଭି ଫୁଟେଜ୍ରେ ଦୁଇ ଜଣଙ୍କୁ ଦେଖିବାକୁ ମିଳିଥିଲା । ସେମାନଙ୍କ ସହ ପ୍ରକୃତିଙ୍କ ପରିବାର ଲୋକଙ୍କ ମଧ୍ୟ ଦେଖିବାକୁ ମିଳିଛି ।
More Stories
କୋରାପୁଟ ୨୦୨୪ ପୋରବ ଉଦ୍ଘାଟିତ, ପ୍ରତି ବ୍ଲକରେ ଆଣିଲେ ମସାଲ୍
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ