Headlines Odisha Tv

An Odia News Portal

ସାତ ଟିକିଆ ହାତୀପଲଙ୍କ ଉପଦ୍ରବ, ଗୋଟିଏ ଦିନରେ ଭାଙ୍ଗିଲେ ତିନି ଘର ଖାଇଗଲେ ବସ୍ତା ବସ୍ତା ଧାନ

ତୋଲକୋଇ ୨୫/୦୭: ତେଲକୋଇ ରେଞ୍ଜରେ ଥମୁନି ହାତୀପଲଙ୍କ ଉପଦ୍ରଵ । ହାତୀପଲ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇ କେତେବେଳେ ଫସଲ ନଷ୍ଟ କରୁଛନ୍ତି ତ ଆଉ କେତେବେଳେ ଘରଭାଙ୍ଗି ଧାନଚାଉଳ ଖାଇଯାଉଛନ୍ତି । ଗତକାଲି ବିଳମ୍ବିତ ରାତିରେ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟରେ ସାତ ଟିକିଆ ହାତୀପଲ ଉପଦ୍ରଵ ଚଳାଇଥିଲେ । ବନବିହାରୀପୁର ଓ ବାଲିଶର ଗାଁରେ ତିନିଟି ଘର ଭାଙ୍ଗି ଧାନଚାଉଳ ଖାଇଯାଇଥିଲେ । ଘରର ଆସବାବପତ୍ରକୁ ମଧ୍ୟ ଦଳିଚକଟି ନଷ୍ଟ କରିଦେଇଛନ୍ତି । ବନବିହାରୀପୁର ଗାଁର ସତ୍ୟାନନ୍ଦ ପ୍ରଧାନ, ବାଲିଶର ଗାଁର ଭକ୍ତି ଫୁଦକାର ଓ ରାଧି କିଶାନଙ୍କ ଘରକୁ ଭାଙ୍ଗି ଦେଇଛନ୍ତି ହାତୀପଲ। ରାଧି କିଶାନଙ୍କ ଦୁଇଟି ଡୋଲିରେ ଥିବା ଧାନ ସହ ସାତବସ୍ତା ଧାନକୁ ଖାଇଦେଇଥିବା ବେଳେ ସତ୍ୟାନନ୍ଦ ଓ ଭକ୍ତି ଫୁଦକାରଙ୍କ ଧାନ ବସ୍ତାକୁ ମଧ୍ୟ ହାତୀପଲ ଘର ଭିତରୁ ଟେକି ନେଇଥିଲେ । ରାତିରେ ଶୋଇଥିବା ସମୟରେ ହାତୀପଲ ଘର ଉପରେ ଆକ୍ରମଣ କରୁଥିବାରୁ ଲୋକେ ମଧ୍ୟ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି । ତେଲକୋଇ ରେଞ୍ଜ ରେ ହାତୀପଲଙ୍କ ଉପଦ୍ରଵ ଜାରି ରହିଥିଲେ ମଧ୍ୟ ହାତୀପଲଙ୍କୁ ଘଉଡାଇ ଲୋକଙ୍କ ଧନଜୀବନ ରକ୍ଷା କରିବାରେ ବନବିଭାଗ ବିଫଳ ହୋଇଥିବା ଅଭିଯୋଗ ହୋଇଛି।