Headlines Odisha Tv

An Odia News Portal

ଉଗ୍ର ହେଲା ‘ଅଗ୍ନିପଥ’ ପ୍ରତିବାଦ, ବିହାର ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କ ଘରେ ଆକ୍ରମଣ

ନୂଆଦିଲ୍ଲୀ: ‘ଅଗ୍ନିପଥ’ ଯୋଜନାରେ ଚଳିତ ବର୍ଷ ପାଇଁ କେନ୍ଦ୍ର ସରକାର ବୟସସୀମା ବୃଦ୍ଧି କରିବା ସତ୍ତ୍ବେ ଆଜି ମଧ୍ୟ ବିହାରର ବେଗୁସରାଇ, ବକ୍ସାର୍‌, ଲଖିସରାଇ ଏବଂ ଉତ୍ତର ପ୍ରଦେଶର ବଲ୍ଲିଆରେ ପ୍ରତିବାଦ ପୁଣି ଉଗ୍ରତର ହୋଇଛି।ଆଜି ସକାଳେ ଉତ୍ତ୍ୟକ୍ତ ପ୍ରତିବାଦକାରୀମାନେ ଉତ୍ତର ପ୍ରଦେଶ ଏବଂ ବିହାରରେ କେତେକ ଟ୍ରେନ୍‌ରେ ନିଆଁ ଲଗାଇ ଦେବା ସହିତ ସମ୍ପ୍ରତି ପାଟନାରେ ଅବସ୍ଥାନ କରୁଥିବା ବିହାରର ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କର ପଶ୍ଚିମ ଚମ୍ପାରଣ ଜିଲ୍ଲା ଅନ୍ତର୍ଗତ ବତ୍ତେିଆସ୍ଥିତ ବାସଭବନରେ ଆକ୍ରମଣ କରିଛନ୍ତି। ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ରେଣୁ ଦେବୀ କହିଛନ୍ତି, ଏଭଳି ହିଂସାକାଣ୍ଡ ସମାଜ ପାଇଁ ବଡ଼ ବିପଜ୍ଜନକ। ପ୍ରତିବାଦକାରୀମାନେ ମନେରଖିବା ଉଚିତ ଯେ, ଏହା ସମାଜ ପାଇଁ ହାନିକାରକ।