Headlines Odisha Tv

An Odia News Portal

କେନ୍ଦୁଝରରେ ୭୨ ଫୁଟ ରଥ ବିବାଦ, କେନ୍ଦ୍ରାପଡା ଓ ପୁରୀ ସେବାୟତଙ୍କ ମନ୍ତବ୍ୟକୁ ନେଇ ଅସନ୍ତୋଷ

କେନ୍ଦୁଝର ୦୪।୦୬ : ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡରେ କେନ୍ଦୁଝର ରଥ ସ୍ଥାନ ପାଇବା ପରେ ଦେଖାଦେଇଛି ବିବାଦ। ରଥ ବିରୁଦ୍ଧରେ କେନ୍ଦ୍ରାପଡା ଓ ପୁରୀ ସେବାୟତ ଦେଇଥିବା ମନ୍ତବ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କେନ୍ଦୁଝର ଜିଲ୍ଲାବାସୀ । ଖବର ଅନୁଯାୟୀ, କେନ୍ଦୁଝରର ତତ୍କାଳୀନ ରାଜା ଲକ୍ଷ୍ମୀନାରାୟଣ ଭଞ୍ଜଦେଓ ୧୬୭୩ ମସିହାରେ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ପ୍ରତିଷ୍ଠା କରିଥିଲେ । ସେହିଦିନଠାରୁ କେନ୍ଦୁଝରର ରଥ ୮୦ ଫୁଟ ଉଚ୍ଚ ହୋଇ ଆଷାଢ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ଚତୁର୍ଦ୍ଧା ମୁର୍ତ୍ତୀ ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ବିଜେ କରୁଥିବାବେଳେ ଏବେ ଏହାର ଉଚ୍ଚତା ସାମାନ୍ୟ କମ କରାଯାଇ ୭୨ଫୁଟ କରାଯାଇଛି। ଇତିହାସ ସମ୍ପର୍କରେ ନଜାଣି ଏପରି ଭ୍ରମାତ୍ମକ ମନ୍ତବ୍ୟ ଦେବା ସମାଲୋଚନା କରିବା ନୁହେଁ ବରଂ ଏହା ଧାର୍ମିକ ଭାବନା ପ୍ରତି କୁଠାରଘାତ ଓ ଅପମାନ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଏହାର ପ୍ରତିବାଦରେ ଶୁକ୍ରବାର ସନ୍ଧ୍ୟାରେ ରଥ ସମ୍ମୁଖରେ ସେବାୟତ ଓ ଭକ୍ତଙ୍କ ତରଫରୁ ଧାରଣା ଦିଆଯାଇଥିଲା । ଆଜି ଏନେଇ ଜିଲ୍ଲାର ବୃଦ୍ଧିଜୀବୀଙ୍କୁ ନେଇ ଏକ ବୈଠକ ବସିବ ବୋଲି ଜଣାପଡିଛି । ଏହା ପୂର୍ବରୁ ଶ୍ରୀ ବଳଦେବଜୀଉଙ୍କ ରଥ ନନ୍ଦିଘୋଷ ନ୍ୟାସନାଲ ରେକର୍ଡ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ, ଏସିଆ ପାସିଫିକ ଆଇକନ , ଗ୍ଲୋବାଲ ରେକଡ୍ସ, ୱଣ୍ଟର ବ୍ଲକ୍ ଅଫ୍ ରେକର୍ଡସ୍ ରେ ସ୍ଥାନ ପାଇସାରିଛି ।