Headlines Odisha Tv

An Odia News Portal

ସେନ୍ ଓ୍ୱର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଖେଳାଳି, ୨୩ ସେକେଣ୍ଡ ପାଇଁ ଅଟକିଲା ମ୍ୟାଚ୍

ନୂଆଦିଲ୍ଲୀ ୦୩/୦୬: ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଲର୍ଡସ୍ ଷ୍ଟାଡିୟମରେ ଟେଷ୍ଟ୍ ସିରିଜ୍ ଖେଳାଯାଉଛି । ପ୍ରଥମ ଟେଷ୍ଟ୍ ଗୁରୁବାର ଖେଳାଯାଇଥିଲା । ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲିଆର ପୂର୍ବତନ ମହାନ ବୋଲର ଦିବଂଗତ ସେନ ଓ୍ୱର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଖେଳାଳି । ନ୍ୟୁଜିଲାଣ୍ଡ ଇନିଂସ ବେଳେ ୨୩ ତମ ଓଭରରେ ୨୩ ସେକେଣ୍ଡ ପାଇଁ ମ୍ୟାଚକୁ ରୋକା ଯାଇଥିଲା ଓ ସେନ ଓ୍ୱର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ୨୩ତମ ଓଭର ଶେଷ ହେଲା ପରେ ପଡିଆରେ ଲାଗିଥିବା ସ୍କ୍ରିନରେ ସେନ ଓ୍ୱର୍ଣ୍ଣଙ୍କ ଫଟୋ ଆସିଥିଲା । ଏହି ସମୟରେ ଫ୍ୟାନ୍, ଖେଳାଳି ଓ ଅମ୍ପାୟାରଙ୍କ ସମେତ ଅନ୍ୟ ସମସ୍ତେ ଠିଆ ହୋଇ ସମ୍ମାନ ଜଣାଇଥିଲେ । ତାଳି ମଧ୍ୟ ସେମାନେ ମାରିଥିଲେ ।