ସୋର ୧।୬: ପୋଖରୀରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି । ବାଲେଶ୍ବର ଜିଲ୍ଲା ସୋର ଥାନା ନଟାପଡା ପଂଚାୟତ ତିଳିଦା ଗାଁର ସନାତନ ମଲ୍ଲିକଙ୍କ ପୁଅ ବସନ୍ତ ଗତ ଦୁଇ ଦିନ ହେବ ନିଖୋଜ ଥିଲେ । ସନାତନ ପରିବାର ପକ୍ଷରୁ ବସନ୍ତ ନିଖୋଜ ଥିବା ସୋର ଥାନାରେ ଅଭିଯୋଗ କରିଥିଲେ । ମଙ୍ଗଳବାର ରାତିରେ ବସନ୍ତଙ୍କ ଶବ ଗ୍ରାମ ରାଧାକୃଷ୍ଣ ପୋଖରୀରେ ଭାସୁଥିବା ତାଙ୍କ ପରିବାର ପକ୍ଷରୁ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପୋଲିସ ବୁଧବାର ସୋର ଦମକଳ ବାହିନୀ ସହାୟତାରେ ବସନ୍ତଙ୍କ ଶବକୁ ଉଦ୍ଧାର କରି ସ୍ବେଚ୍ଛାସେବୀ ସଂଗଠନ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଥିଲେ । ଯୁବକଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର ଲୋକ ସନ୍ଦେହ ପ୍ରକାଶ କରିଛନ୍ତି ।
More Stories
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ