କରଞ୍ଜିଆ ୨୩।୦୫: ଆଜି ୫ ଘଣ୍ଟିଆ ଯଶୀପୁର ବନ୍ଦ । ଗୋ-ସୁରକ୍ଷାକର୍ମୀଙ୍କୁ ଆକ୍ରମଣ ପ୍ରତିବାଦରେ ଏହି ବନ୍ଦ ଡ଼ାକରା ଦିଆଯାଇଛି । ବିଜେପି ଓ ଗୋ-ରକ୍ଷକଙ୍କ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଖବର ଅନୁଯାୟୀ, ଗତ ୨୧ ତାରିଖ ଦିନ ୪୯ ନମ୍ବର ଜାତୀୟ ରାଜପଥ ବେଗୁନିଆ ଟୋଲ୍ ଗେଟ୍ ନିକଟରେ ଗୋ-ମାଫିଆଙ୍କ ଦ୍ୱାରା ଗୋ-ସୁରକ୍ଷାକାରୀଙ୍କୁ ଆକ୍ରମଣ କରାଯାଇଥିଲା । ଏପିରିକି ଗୁଳିମାଡ଼ ମଧ୍ୟ ହୋଇଥିଲା । ଯାହାକୁ ପ୍ରତିବାଦ କରି ଆଜି ବିଜେପି ଓ ଗୋ-ରକ୍ଷକଙ୍କ ତରଫରୁ ୫ ଘଣ୍ଟିଆ ଯଶୀପୁର ବନ୍ଦ ଡାକରା ଦିଆଯାଇଛି । ତେବେ ଏହି ବନ୍ଦରେ ଯଶୀପୁର ବଜାରରେ ପ୍ରେଟ୍ରୋଲ ଟାଙ୍କି ସମେତ ସମସ୍ତ ଜରୁରୀକାଳୀନ ସେବା ଗୁଡିକୁ ବାଦ୍ ଦିଆଯାଇଥିବା ବେଳେ ଦୋକାନ ବଜାର ବନ୍ଦ ରଖାଯାଇଛି । ସେହିପରି ଯଶୀପୁର ଦେଇ ଯାଇଥିବା ୪୯ ନଂ ଓ ୨୨୦ ନଂ ଜାତୀୟ ରାଜପଥକୁ କର୍ମୀ ମାନେ ଅବରୋଧ କରିଥିବାରୁ ଗମନାଗମନ ସମ୍ପୂର୍ଣ୍ଣ ଠପ ହୋଇଛି ।
More Stories
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ
ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ