Headlines Odisha Tv

An Odia News Portal

ପଶ୍ଚିମବଙ୍ଗରେ ବଡ଼ ଟ୍ରେନ ଦୁର୍ଘଟଣା, କଞ୍ଚନଜଙ୍ଗା ଏକ୍ସପ୍ରେସକୁ ଧକ୍କା ଦେଲା ମାଲଗାଡ଼ି। ୪ ମୃତ,ବହୁ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରୀ


କୋଲକାତା:-କୋଲକାତା ଅଭିମୁଖେ ଯାଉଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍ ପଶ୍ଚିମବଙ୍ଗର ସିଲିଗୁଡି଼ଠାରେ ଏକ ମାଲବାହୀ ଟ୍ରେନ୍ ସହ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୪ ଜଣ ଲୋକ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି l ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ୍ସରେ ପୋଷ୍ଟ କରି ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି l ଦାର୍ଜିଲିଂ ଜିଲ୍ଲାର ଫନସେଓ୍ବା ଅଞ୍ଚଳରେ ଏକ ଦୁଃଖଦ ଟ୍ରେନ ଦୁର୍ଘଟଣା ବିଷୟରେ ଜାଣି ମୁଁ ସୁବୁବୋଲି ସେ ଲେଖୁଛନ୍ତି l ସେ ତାଙ୍କ ପୋଷ୍ଟରେ ଆହୁରି ଲେଖୁଛନ୍ତି, ‘ଅଧୂକ ସୂଚନାକୁ ଅପେକ୍ଷା କରାଯାଇଛି,କୁହାଯାଉଛି ଯେ କଞ୍ଚନଜଙ୍ଗା ଏକ୍ସପ୍ରେସକୁ ଏକ ମାଲବାହୀ ଟ୍ରେନ୍ ଧକ୍କା  ଦେଇଛି l ଘଟଣାସ୍ଥଳରେ ଡ଼ିଏମ,ଏସ୍ପି , ଡାକ୍ତର, ଡାକ୍ତର, ଆମ୍ବୁଲାନ୍ସ ଓ ପର୍ଯ୍ୟୟ ଟିମ୍ ପହଞ୍ଚି  ରିଲିଫ, ଉଦ୍ଧାର, ଚିକିତ୍ସା ସହାୟତା ଲୋଡ଼ିଛନ୍ତି । ଯୁଦ୍ଧକାଳୀନ ଭିତ୍ତରେ କାର୍ଯ୍ୟାନୁଷ୍ଠନ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି l
ମିଳିଥିବା ସୂଚନା ଅନୁଯାୟୀ, ଏନଜେପିରୁ ସିଆଲଦା ଅଭିମୁଖେ ଯାଉଥିବା କଞ୍ଚନଜଙ୍ଗା ଏକ୍ସପ୍ରେସ  ରଙ୍ଗପାଣି ଓ ନିଜବାରୀ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କଞ୍ଚନଜଙ୍ଗା ଏକ୍ସପ୍ରେସ୍ ଟ୍ରେନ୍ ଠିଆ ହୋଇଥିବା ବେଳେ ମାଲବାହୀ ଟ୍ରେନ୍ ପଛପଟୁ ଆସି ଧକ୍କା ଦେଇଥିଲା l