Headlines Odisha Tv

An Odia News Portal

୫ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ ମୁଖ୍ୟ ମୋହନ ଭଗତ

ଭୁବନେଶ୍ୱର, ଅଗଷ୍ଟ ୨୫ : ରାଷ୍ଟ୍ରିୟ ସ୍ୱୟଂସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭଗତ ୫ ଦିନିଆ ଗସ୍ତରେ ଆସି ଗତକାଲି ଓଡ଼ିଶାରେ ପହଁଞ୍ଚିଛନ୍ତି । ତାଙ୍କର ଏହି ଗସ୍ତ ସମୟରେ ସେ ରାଜ୍ୟରେ ସଂଘର ପରିଚାଳନ ବଷୟରେ ଆଲୋଚନା କରିବେ ଏବଂ କରୋନା ମହାମାରୀ ସମୟରେ ରାଜ୍ୟ କାର୍ଯ୍ୟକର୍ତ୍ତା ମାନେ କିପରି ଲୋକ ମାନଙ୍କର ସେବା କରିଥିଲେ ତାହା ସମିକ୍ଷା କରିବେ ।  ତେବେ ଏହି ଗସ୍ତ ସମୟରେ ୨୬ ତାରିଖରେ ମୋହନ ଭଗତ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହିତ ଗୋବର୍ଦ୍ଧନ ପିଠ ଯାଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହି ସମୟରେ ତାଙ୍କର ଗସ୍ତ ରାଜ୍ୟ ବିଜେପି ପାଇଁ ମଧ୍ୟ ଗୁରୁତ୍ୱପୁର୍ଣ୍ଣ ଅଟେ ।