ନୟାଗଡ଼ : ୫ ଦିନ ପରେ ମା’ପାଖକୁ ଫେରିଲା ନିଖୋଜ ପୁଅ ଅମ୍ରିତ। ମା’ବାପା ପୁଅକୁ ପାଖରେ ପାଇ କୋହ ସମ୍ଭାଳି ପାରୁନାହାନ୍ତି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ନିଜ ଗାଁ କୁରାଳ ନିକଟରୁ ଆଜି ସକାଳେ ଅମ୍ରିତ ପାତ୍ରଙ୍କୁ ଉଦ୍ଧାର କରାଯାଇଛି। ଅମ୍ରିତ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ନିଜ ଗାଁ କୁରାଳ ନିକଟରେ ଅମ୍ରିତ ଠିଆ ହୋଇଥିଲେ। ଗ୍ରାମବାସୀ ଅମ୍ରିତଙ୍କୁ ଦେଖି ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ପରିବାର ଲୋକେ ପହଞ୍ଚି ଅମ୍ରିତଙ୍କୁ ଉଦ୍ଧାର କରିଥିଲେ। ପରେ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ତାଙ୍କ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନୟାଗଡ଼ ଏସ୍ପି ଅଲେଖ ଚନ୍ଦ୍ର ପହି କହିଛନ୍ତି, ଅମ୍ରିତ ସ୍ୱାସ୍ଥ୍ୟବସ୍ଥାଭଲ ନାହିଁ। ସେ କିଛି ଦିନ ହେଲା ଖିଆପିଆ କରିନଥିବା ଜଣାପଡ଼ୁଛି। ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଅମ୍ରିତ କେଉଁଠି ଥିଲେ, କିଏ ତାଙ୍କୁ ଅପହରଣ କରିଥିଲା। ଏନେଇ ତାଙ୍କୁ ପଚରାଉଚରା କରାଯିବ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ସୁବୁଦ୍ଧି ସାହି ଅମ୍ରିତ ଗତଗୁରୁବାର ଦିନ ୫ଟା ସମୟରେ ଟ୍ୟୁସନ ହେବା ପାଇଁ ଗାଁ ପାଖକୁ ଯାଇଥିଲେ। ସନ୍ଧ୍ୟା ୭ଟା ୧୫ ମିନିଟ୍ରେ ଅମ୍ରିତଙ୍କ ଟ୍ୟୁସନ ଛୁଟି ହୋଇଥିଲା। ସେ ସାଇକେଲ ନେଇ ଘରକୁ ବାହାରିଥିଲେ। ହେଲେ ସେ ଘରକୁ ଫେରି ନ ଥିଲେ। ଟ୍ୟୁସନ ଛୁଟି ହେବା ସମୟ ଗଡ଼ିଯିବାରୁ ଅମିତଙ୍କ ମା’ ପୁଅକୁ ଖୋଜାଖୋଜି କରିଥିଲେ,ହେଲେ ପାଇ ନଥିଲେ। ପରେ ପୁଅର ସାଇକେଲ ଘରଠୁ ୫୦ ମିଟର ଦୂରରେ ମିଳିଥିଲା। ପୁଅକୁ ଅପହରଣ କରାଯାଇଥିବା ଅମ୍ରିତଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନିଖୋଜ ଅମ୍ରିତଙ୍କୁ ୫ ଦିନ ହେଲା ଖୋଜାଖୋଜି କରୁଥିଲା। ଆଜି ନିଜ ଗାଁ କୁରାଳରୁ ତାଙ୍କୁ ଉଦ୍ଧାର କରାଯାଇଥିଲା।
More Stories
ପୋଲିସ ଓ ଅବକାରୀ ବିଭାଗ ମିଳିତରେ ୨୪ ଶହରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ*
ଭତ୍ତା ଟଙ୍କା ଆଣିବାକୁ ଯାଇ ମୃତ୍ୟୁ ବରଣ କଲେ ବୃଦ୍ଧା*