ସମ୍ବଲପୁର, ସେପ୍ଟେମ୍ବର ୧୬ : ରାଜ୍ୟରେ ଲଘୁଚାପଜନିତ ବର୍ଷା କାରଣରୁ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ଦେବାରେ ଲାଗିଛି । ୨୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଏବେ ଆଉ ୪ଟି ଗେଟ୍ ଖୋଲାଯାିଛି । ମୋଟ୍ ୨୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି । ସୂଚନା ଅନୁସାରେ , ବର୍ତ୍ତମାନ ମୋଟ୍ ୨୮ଟି ଗେଟ୍ ଦେଇ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୪ ଲକ୍ଷ ୩୫ ହଜାର ୭୯୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାର ମଧ୍ୟରୁ ୬୩୦ ଫୁଟ ରହିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ୬୨୮.୩୯ ଫୁଟ ଜଳସ୍ତର ରହିଛି ।
ସେହିପରି ୨୮ଟି ଗେଟ୍ ଖୋଲାଯିବାରୁ ସମ୍ବଲପୁର ସହରର ମଣ୍ଡଳିଆ ଅଞ୍ଚଳରେ ପାଣି ପଶିବା ଆରମ୍ଭ ହେଲାଣି ବୋଲି ହୀରାକୁଦ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।
ସେପଟେ ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୮.୩୯ ଫୁଟ ରହିଛି । ଜଳଭଣ୍ଡାର ଭିତରକୁ ୪ ଲକ୍ଷ ୩୫ ହଜାର ୭୮୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୨୩ ହଜାର ୮୯ କ୍ୟୁସେକ ଜଳ ନିଷ୍କାସନ ହେଉଥିଲା ।
More Stories
ପୋଲିସ ଓ ଅବକାରୀ ବିଭାଗ ମିଳିତରେ ୨୪ ଶହରୁ ଉର୍ଦ୍ଧ୍ବ ଗଞ୍ଜେଇ ଗଛ ପୋଡ଼ି ନଷ୍ଟ*
ଭତ୍ତା ଟଙ୍କା ଆଣିବାକୁ ଯାଇ ମୃତ୍ୟୁ ବରଣ କଲେ ବୃଦ୍ଧା*