Headlines Odisha Tv

An Odia News Portal

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ଧର୍ମେନ୍ଦ୍ର 

ମୁମ୍ୱାଇ ୦୨।୦୫ : ରବିବାର ଅର୍ଥାତ୍‌ ଗତକାଲି ହଠାତ୍‌ ଖବର ସାମ୍ନାକୁ ଆସିଥିଲା ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମିଡିଆ ରିପୋର୍ଟ ଅନୁଯାୟୀ କୁହାଯାଇଛି କି କିଛି ଦିନ ପୂର୍ବରୁ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ତେଣୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ବର୍ତ୍ତମାନ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ଅଛି ବୋଲି କୁହାଯାଉଛି। ଯେଉଁଥିପାଇଁ ତାଙ୍କୁ ଡିସଚାର୍ଜ ମଧ୍ୟ କରାଯାଇଛି। ବର୍ତ୍ତମାନ ରୋଗ ବିଷୟରେ ଏବଂ ଡାକ୍ତରଖାନା ପକ୍ଷରୁ ଅଧିକ ସୂଚନା ଦିଆଯାଉ ନାହିଁ । ଚାରି ଦିନ ପୂର୍ବେ ସ୍ବାସ୍ଥ୍ୟରେ ସମସ୍ୟା ହେବା ହେତୁ ତାଙ୍କୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ କୁହାଯାଉଛି କି ତାଙ୍କ ପିଠିରେ ଯନ୍ତ୍ରଣା ହେବା ସହ ରୁଟିନ୍‌ ଚେକଅପ ପାଇଁ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା । ବର୍ତ୍ତମାନ ସେ ଘରକୁ ଆସିଛନ୍ତି । ସେପଟେ ଧର୍ମେନ୍ଦ୍ରଙ୍କ ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଥିଲେ ଏବଂ ଅଭିନେତା ଘରେ ପହଞ୍ଚିବା ପରେ ସେମାନେ ଖୁସି ଅଛନ୍ତି।