Headlines Odisha Tv

An Odia News Portal

ହରିରାଜପୁର ପଞ୍ଚୁଦୋଳ ମେଳଣ ଆରମ୍ଭ

ଭୁବନେଶ୍ୱର ୨୪।୦୩ : ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ମେଳଣ ଆରମ୍ଭ। ପୁରୀ ଜିଲ୍ଲା ହରିରାଜପୁରରେ ଜାକ ଜମକରେ ଚାଲିଛି ଶ୍ରୀପଶ୍ଚିମାଶମ୍ଭୁ ସୋମନାଥଦେବଙ୍କ ପଞ୍ଚୁଦୋଳ ମେଳଣ । ମନ୍ଦିରରୁ ଥାଟ ପଟୁଆର ଧରି ମେଳଣ ପଡ଼ିଆକୁ ବାହାରିଛନ୍ତି ଠାକୁର ପଶ୍ଚିମାଶମ୍ଭୁ ସୋମନାଥ ଦେବ। ବାବା ପଶ୍ଚିମାଶମ୍ଭୁ ସୋମନାଥ ଦେବ ଥାନାପତି ରୂପେ ମେଳଣ ପଡିଆରେ ବିରାଜମାନ ହୋଇଥାନ୍ତି। ଅଭିଭକ୍ତ ପୁରୀ ଜିଲ୍ଲାରୁ ୮୦ଟି ଦୋଳ ବିମାନରେ ଦେବାଦେବୀ ମେଳଣ ପଡିଆରେ ନିମନ୍ତ୍ରିତ ହୋଇ ଆସିଥାନ୍ତି। କୋଭିଡ଼ କଟକଣା ଯୋଗୁଁ ଗତ ଦୁଇବର୍ଷ ହେବ କେବଳ ନୀତିକାନ୍ତି ମଧ୍ୟରେ ଏହି ମେଳଣ ଆୟୋଜିତ ହେଉଥିଲା । ହେଲେ ଚଳିତବର୍ଷ କଟକଣା କୋହଳ ପରେ ପୂର୍ବପରି ଆଡ଼ମ୍ବରପୂର୍ଣ୍ଣ ଭାବେ ଏହା ଅନୁଷ୍ଠିତ ହେଉଛି । ଫଗୁ ବଦଳରେ ଏଥର ଫୁଲରେ ହୋଲି ଖେଳିବେ ଶ୍ରଦ୍ଧାଳୁ । ଚଳିତ ବର୍ଷ ୪ ଦିନ ପରିବର୍ତ୍ତେ ୫ ଦିନ ମେଳଣ ଅନୁଷ୍ଠିତ ହେବ ।