Headlines Odisha Tv

An Odia News Portal

ସିନେମା ପାଇଁ ସବୁଠି ଉତ୍ସାହ, କିନ୍ତୁ ହଲ୍ ନାହିଁ

ଭଞ୍ଜନଗର : ଦୁର୍ଗମ ଅଞ୍ଚଳର ଆଦିବାସୀଙ୍କ ଜଣେ ଡାକ୍ତରଙ୍କ ଉତ୍ସର୍ଗୀକୃତ ସ୍ବାସ୍ଥ୍ୟସେବାକୁ ନେଇ ସତ୍ୟ ଘଟଣା ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ଓଲିଉଡ୍ ଶିଳ୍ପକୁ ନୂଆ ସଞ୍ଜୀବନୀ ଦେଇଛି। ଓଡ଼ିଆ ଫିଲ୍ମ ଜଗତରେ ଏହି ଚଳଚ୍ଚିତ୍ର ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ସିନେ ସମୀକ୍ଷକ ମାନେ ମତ ରଖିଛନ୍ତି। ଏଥିପାଇଁ ଏହି ଚଳଚ୍ଚିତ୍ରକୁ ରାଜ୍ୟ ସରକାର କରମୁକ୍ତ କରିଥିବା ସହ ଏହାକୁ ଉପଖଣ୍ଡସ୍ତରରେ ଥିବା ବିଭିନ୍ନ ସିନେମା ହଲ୍‌ରେ ପ୍ରଦର୍ଶିତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଜାରି କରିଛନ୍ତି। ଯଦ୍ବାରା ବିଭିନ୍ନ ବିଭାଗର ପଦାଧିକାରୀ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଏହି ଚଳଚ୍ଚିତ୍ରକୁ ଦେଖି କିଛି ପ୍ରେରଣା ପାଇବ‌େ। କିନ୍ତୁ ଦୁଃଖର କଥା ହେଉଛି, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡରେ ସମୟଚକ୍ରରେ ସମସ୍ତ ସିନେମା ହଲ୍‌ ବନ୍ଦ ହୋଇ ପଡ଼ିରହିଛି। ଫଳରେ ଜନସାଧାରଣଙ୍କୁ ୧୦୦ କିଲୋମିଟର ଦୂର ବ୍ରହ୍ମପୁର ସହରକୁ ଯିବାକୁ ପଡ଼ୁଛି। ସ୍ବାସ୍ଥ୍ୟ ଅଧିକାରୀ ଓ ସରକାରୀ କର୍ମଚାରୀମାନଙ୍କ ପାଇଁ ମାଗଣାରେ ଏହି ଚଳଚ୍ଚିତ୍ର ଦେଖିବା ବ୍ୟବସ୍ଥା କରିଛନ୍ତି। ଭଞ୍ଜନଗର, ବେଲଗୁଣ୍ଠା, ବୁଗୁଡ଼ା, ଜଗନ୍ନାଥପ୍ରସାଦ ଓ ସୋରଡ଼ା ବ୍ଲକ୍‌ରୁ କର୍ମଚାରୀମାନେ ବ୍ରହ୍ମପୁର ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି।