Headlines Odisha Tv

An Odia News Portal

ଶ୍ରୀଲଙ୍କାରେ ଗଠନ ହୋଇପାରେ ସର୍ବଦଳୀୟ ସରକାର

ନୂଆଦିଲ୍ଲୀ, ଏପ୍ରିଲ ୪ : ଶ୍ରୀଲଙ୍କାରେ ଅର୍ଥନୀତି ସଙ୍କଟ ଦିନକୁ ଦିନ ଆହୁରି ଉତ୍କଟ ହେଉଛି । ଅର୍ଥନୀତି ସଙ୍କଟ ସହ ଏବେ ରାଜନୈତିକ ଅସ୍ଥିରତା ମଧ୍ୟ ଦେଖାଦେଇଛି । ଦେଶରେ ଏଭଳି ସଙ୍କଟ ସମୟରେ ସମସ୍ତ କ୍ୟାବିନେଟ୍ ମନ୍ତ୍ରୀ ଇସ୍ତଫା ଦେବା ପରେ ଏବେ ଦେଶ କିଭଳି ଚାଲିବ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି ଶ୍ରୀଲଙ୍କାରେ ସମସ୍ତ କ୍ୟାବିନେଟ୍ ମନ୍ତ୍ରୀ ନିଜ ନିଜ ମନ୍ତ୍ରୀ ପଦ ତ୍ୟାଗ କରିବା ପରେ ଦେଶ ପାଇଁ ନୂଆ ସମସ୍ୟା ସୃଷ୍ଟି ହୋଇଛି ତେବେ ଏଭଳି ପରିସ୍ଥିତିରେ ଶ୍ରୀଲଙ୍କାରେ ସର୍ବଦଳୀୟ ସରକାର ଚାଲିପାରେ ବୋଲି ନୂଆ ଆଶଙ୍କା ପ୍ରକାଶ ପାଉଥିବା ବେଳେ ଆଜି ସବୁ ଦଳର ପ୍ରତିନିଧି ମାନଙ୍କୁ ମନ୍ତ୍ରୀ ପଦ ଯାଚିଛନ୍ତି ରାଷ୍ଟ୍ରପତି । ସୂଚନା ଅନୂସାରେ ଆଜି ଶ୍ରୀଲଙ୍କା ରାଷ୍ଟ୍ରପତି ଇସ୍ତଫା ଦେଇଥିବା କ୍ୟାବିନେଟ୍ ମନ୍ତ୍ରୀ ମାନଙ୍କ ସହ ସବୁ ଦଳର ପ୍ରତିନିଧି ମାନଙ୍କୁ ମନ୍ତ୍ରୀ ପଦ ଗ୍ରହଣ କରି ଏଭଳି ସଙ୍କଟ ସମୟରେ ମିଳିମିଶି ଦେଶ ଚଳାଇବାକୁ ଅନୁରୋଧ କରିଛନ୍ତି ।