Headlines Odisha Tv

An Odia News Portal

ଶ୍ରୀନଗରରେ ପହଞ୍ଚିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଶ୍ରୀନଗର , ଅକ୍ଟୋବର ୨୩ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଶ୍ରୀନଗରରେ ପହଞ୍ଚିଛନ୍ତି। ରାଜ୍ୟପାଳ ମନୋଜ ସିହ୍ନା ତାଙ୍କୁ ସ୍ୱାଗତ କରିଥିଲେ। ଆଜିଠାରୁ ଜାମ୍ମୁ କାଶ୍ମୀର ଗସ୍ତରେ ଆସିଥିବା ଗୃହମନ୍ତ୍ରୀ ପଞ୍ଚାୟତ ଅନୁଷ୍ଠାନର ପ୍ରତିନିଧୀଙ୍କୁ ଭେଟିବା ବ୍ୟତୀତ ଇଣ୍ଟିଗ୍ରେଟେଡ୍ ମୁଖ୍ୟାଳୟ ବୈଠକରେ ଜାମ୍ମୁ କାଶ୍ମୀରର ସୁରକ୍ଷାର ସମୀକ୍ଷା କରିବେ। ଏହା ସହିତ ଦୁଇଟି ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବା ବ୍ୟତୀତ ସେ ପ୍ରଧାନମନ୍ତ୍ରୀଙ୍କ ବିକାଶ କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଯୋଜନାଗୁଡ଼ିକର ସମୀକ୍ଷା କରିବେ। ଏହା ବ୍ୟତୀତ ସେ ଶ୍ରୀନଗରରୁ ଶରଜା ଅଭିମୁଖେ ପ୍ରଥମ ସିଧାସଳଖ ବିମାନ ଉଡ଼ାଣ ମଧ୍ୟ କରିବେ।

ଅଗଷ୍ଟ ୫, ୨୦୧୯ ରେ ଜାମ୍ମୁ କାଶ୍ମୀର ପୁନର୍ଗଠନ ଆଇନ ଲାଗୁ ହେବା ପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କର ଜାମ୍ମୁ କାଶ୍ମୀର ଗସ୍ତରେ ଏହା ପ୍ରଥମ। ତାଙ୍କ ଗସ୍ତ ପୂର୍ବରୁ ୨୦ ଦିନ ମଧ୍ୟରେ କାଶ୍ମୀରରେ ୧୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ବିଭିନ୍ନ ଏନକାଉଣ୍ଟରରେ ୧୭ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଅଣ-କାଶ୍ମୀରବାସୀ ଏବଂ ଅଣ-ମୁସଲମାନମାନଙ୍କ ହତ୍ୟା ପରେ କାଶ୍ମୀରର ବିଭିନ୍ନ ରାଜ୍ୟରୁ ଶ୍ରମିକଙ୍କ ସ୍ଥାନାନ୍ତରଣ ଅନେକ ଦିନ ଧରି ଜାରି ରହିଛି।