Headlines Odisha Tv

An Odia News Portal

ଶେଷ ଟି-୨୦ ଜିତି ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ନାପିୟର ୨୨।୧୧ : ଘରୋଇ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ମଙ୍ଗଳବାର ଖେଳାଯିବ ତୃତୀୟ ଟି-ଟ୍ୱେଣ୍ଟି । ଦ୍ୱିତୀୟ ମ୍ୟାଚ୍‌ ଜିତି ଭାରତ ୧-୦ରେ ଆଗୁଆ ରହିଛି । ଆଜିର ମ୍ୟାଚ୍‌ରେ ବିଜୟ ସହ ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ । ଅନ୍ୟପଟେ ଘରୋଇ ଦଳ ପାଇଁ ଏହି ମ୍ୟାଚ୍‌ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ନାପିୟରରେ ଜିତି ସିରିଜ ବରାବର କରିବାକୁ ନ୍ୟୁଜିଲାଣ୍ଡ ପ୍ରୟାସ କରିବ । ମାଉଣ୍ଟ ମୋଙ୍ଗନୁଇରେ ଭାରତ ପ୍ରଭାବୀ ପ୍ରଦର୍ଶନ କରି ବିଶାଳ ବିଜୟ ହାସଲ କରିଥିଲା । ସୂର୍ଯ୍ୟକୁମାର ଯାଦବ ମାତ୍ର ୫୧ଟି ବଲ୍‌ରୁ ଅପରାଜିତ ୧୧୧ ରନ୍‌ ସଂଗ୍ରହ କରିଥିଲେ । ପ୍ରାୟତଃ ସବୁ ବିଭାଗରେ ଭାରତ ଉନ୍ନତ ପ୍ରଦର୍ଶନ କରିଥିଲା । ଆଜି ମଧ୍ୟ ଭାରତ ଆଧିପତ୍ୟ ଜାରି ରଖିବାକୁ ଲକ୍ଷ୍ୟ ରଖିଛି । କିନ୍ତୁ ଏହା ପୂର୍ବରୁ କିଛି ତ୍ରୁଟି ସୁଧାରିବା ଜରୁରି । ରିଷଭ ପନ୍ତ ଓ ଇଶାନ କିଷନଙ୍କୁ ନେଇ ଗଠିତ ଓପନିଂ ବିଭାଗ ଠାରୁ ବଡ ଭାଗିଦାରୀ ଆଶା କରାଯାଉଛି । ଅନ୍ୟ ଓପନର ଭାବେ ଶୁଭମନ ଗିଲ୍‌ ଦଳରେ ରହିଛନ୍ତି । ସେହିପରି ଲୋକପ୍ରିୟ ୱିକେଟ୍‌ କିପର ସଞ୍ଜୁ ସାମସନଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ ।