ନୂଆଦିଲ୍ଲୀ ୨୫/୦୭: ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶରେ ଜଙ୍ଗଲନିଆଁ ବିସ୍ଫୋରକ ରୂପ ନେଇଛି । ଏହାପରେ ଉକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଜରୁରୀ ସ୍ଥିତି ଘୋଷଣା କରାଯାଇଛି । ୟୋସେମାଇଟ୍ ନ୍ୟାସନାଲ ପାର୍କ ନିକଟରେ ଜଙ୍ଗଲ ନିଆଁ ଭୟଙ୍କର ଭାବେ ମାଡ଼ିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ ପାଇଁ ଅଗ୍ନିଶମ କର୍ମଚାରୀମାନେ ସଂଘର୍ଷ କରୁଛନ୍ତି । ଏହା ସେମାନଙ୍କ ପାଇଁ ବେଶ୍ ଚ୍ୟାଲେଞ୍ଜପୂର୍ଣ୍ଣ ହେଉଥିବା କାଲିଫର୍ଣ୍ଣିଆ ଅଗ୍ନିଶମ ବିଭାଗ ପକ୍ଷରୁ କୁହଯାଇଛି । ଏହି ଭୟଙ୍କର ଜଙ୍ଗଲ ନିଆଁରେ ଏ ପର୍ଯ୍ୟନ୍ତ ୬,୦୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୦ରୁ ଊଦ୍ଧ୍ୱର୍ ଘର ଧ୍ୱଂସ ହୋଇସାରିଲାଣି । ଏହାକୁ ଦୃଷ୍ଟିରେ ରଖି ମାରିପୋସା କାଉଣ୍ଟିରେ ଜରୁରି ସ୍ଥିତି ଘୋଷଣା କରାଯାଇଛି ।
More Stories
କୋରାପୁଟ ୨୦୨୪ ପୋରବ ଉଦ୍ଘାଟିତ, ପ୍ରତି ବ୍ଲକରେ ଆଣିଲେ ମସାଲ୍
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁ