Headlines Odisha Tv

An Odia News Portal

ଲଗାତର ବିଫଳ ହେଉଛନ୍ତି ରୋହିତ

ନୂଆଦିଲ୍ଲୀ,୨୨/୦୪:  ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଖରାପ ଫର୍ମ ଦେଇ ଗତି କରୁଛନ୍ତି । ତାଙ୍କ ବ୍ୟାଟ୍‌ରୁ ଆଉ ଆଗଭଳି ରନ୍ ବାହାରୁ ନାହିଁ । ନିରବ ରହିଛି ହିଟମ୍ୟାନଙ୍କ ବ୍ୟାଟ୍ । ଯାହାକୁ ନେଇ ଚିନ୍ତାରେ ପୁରା ଟିମ୍ । ଏପରିକି ଗୁରୁବାର ଖେଳାଯାଇଥିବା ଚେନ୍ନାଇ ବିପକ୍ଷ ମୁକାବିଲାରେ ରୋହିତ ଖାତା ଖୋଲି ନପାରି ଆଉଟ୍ ହୋଇଥିଲେ । କେବଳ ଏହାନୁହେଁ, ଆଇପିଏଲ ଇତିହାସରେ ସବୁଠାରୁ ଅଧିକ ଥର ଶୂନରେ ଆଉଟ୍ ହୋଇଥିବା ଖେଳାଳି ହୋଇଯାଇଛନ୍ତି ରୋହିତ । ତାଙ୍କୁ ଗୁରୁବାର ମୁକେଶ ଚୌଧରୀ ଆଉଟ୍ କରିଥିଲେ । ବଡ ସଟ୍ ଖେଳିବାକୁ ଯାଇ ହିଟମ୍ୟାନ୍ କ୍ୟାଚ୍ ଆଉଟ୍ ହୋଇଥିଲେ । ଆଇପିଏଲ ଇତିହାସରେ ରୋହିତ ସର୍ବାଧିକ ୧୪ ଥର ବିନା କୌଣସି ରନରେ ଆଉଟ୍ ହୋଇଛନ୍ତି । ଯାହା ଏକ ରେକର୍ଡ । ଏହାପରେ ପିୟୁଷ ଚାଓ୍ୱଲାଙ୍କ ନମ୍ବର ଆସିଥାଏ । ସେ ୧୩ ଥର ଶୂନରେ ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ, ହରଭଜନ ସିଂ ୧୩ ଥର, ମନ୍ଦୀପ ସିଂ ୧୩ ଥର, ପାର୍ଥିବ ପଟେଲ ୧୩ ଓ ଅମ୍ବତି ରାୟଡୁ ମଧ୍ୟ ୧୩ ଥର ଶୂନରେ ଆଉଟ୍ ହୋଇଛନ୍ତି । ସୂଚନାଯୋଗ୍ୟ, ପୁରା ସିଜିନରେ ରୋହିତ ଖରାପ ପ୍ରଦର୍ଶନ କରିଛନ୍ତି । ଏବେସୁଦ୍ଧା ସେ ୭ଟି ପାଳିରୁ ମାତ୍ର ୧୧୪ ରନ୍ କରିଛନ୍ତି । ରୋହିତଙ୍କର ସର୍ବାଧିକ ସ୍କୋର ରହିଛି ୪୧ । ଏହା ସେ ପ୍ରଥମ ମ୍ୟାଚରେ କରିଥିଲେ । ତା ପରଠୁ ହିଟମ୍ୟାନ୍ ଲଗାତର ଭାବେ ଫ୍ଲପ୍ ହେଉଛନ୍ତି ।