Headlines Odisha Tv

An Odia News Portal

ଲଗାଣ ବର୍ଷାରେ ଭାଙ୍ଗିଲା ୧୫ରୁ ଅଧିକ ଘର,କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧାଖାଦ୍ୟ ବଣ୍ଟନ


କୁନ୍ଦୁରା : ୯/୯ (ହେ.ଓ.) କୁନ୍ଦୁରା ବ୍ଲକ ଅଧିନସ୍ଥ ଦିଗାପୁର ଗ୍ରାମ ପଞ୍ଚାୟତ ସଦର ମହକୁମାରେ ଲଘୁଚାପଜନିତ ଲଗାଣ ବର୍ଷାରେ ପ୍ରାୟ ୧୫ ରୁ ଘର ଭାଙ୍ଗି ଯାଇଛି। ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୧୫ ରୁ ଉର୍ଦ୍ଧ୍ୱ ପରିବାର। ଦିଗାପୁର ଗ୍ରାମ ପଞ୍ଚାୟତ ସଦର ମହକୁମାର ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟ ଭିତରେ ପାଣି ଭର୍ତ୍ତି ହୋଇଥିବା ବେଳେ ନାଡିଆଲ ପାଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭିତରେ ପାଣି ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ସେହିପରି ଦିଗାପୁର ଗ୍ରାମର ସୁରେନ୍ଦ୍ର ପାଢ଼ି , କୃଷ୍ଣଚନ୍ଦ୍ର ନାୟକ , ଲକ୍ଷ୍ମୀ ପାତ୍ର , ଧନ ଆଡ଼ାରି , ଲଳିତା ନାୟକ , ଏମ୍ ତ୍ରିନାଥ ରାଓ , ସମାନାଥ ନାୟକ , ଖଗ କାନ୍ଦଲିଆ , କାଞ୍ଚନ ନାୟକ , ବିଭୀଷଣ ମାଛ , ସମ୍ବାରୁ ଗୌଡ଼ , ପାଲୁ ଆଡ଼ାରି ଓ ଇନ୍ଦିରା କଲନୀର ସୁଧାଂଶୁ ଚୌଧୁରୀଙ୍କ ଘର ଭାଙ୍ଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ନଡ଼ିଆଲ ପାଲ୍ଲୀର ମଦନ ନାରାଜି , ଜଗବନ୍ଧୁ ଗୁଣ୍ଠା , ପ୍ରକାଶ ସାହୁ , ରାମଚନ୍ଦ୍ର ପାଙ୍ଗିଙ୍କ ଘର ଭାଙ୍ଗି କ୍ଷତିଗ୍ରସ୍ତ ହେଉଥିବା ଜଣା ପଡ଼ିଛି। ଏହି ଘରଭଙ୍ଗା ୧୫ ରୁ ଉର୍ଦ୍ଧ୍ୱ ପରିବାର ନାହଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ପ୍ରଧାନୀ ପୁଟ ଗ୍ରାମର ୩ ପରିବାରଙ୍କୁ ସ୍ଥାନୀୟ ଅଙ୍ଗନୱାଡ଼ି କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି। କୁନ୍ଦୁରା ତହସିଲଦାର ଓ ତିନୋଟି ଗ୍ରାମ ପଞ୍ଚାୟତ ସର୍କଲ ଦାୟିତ୍ୱରେ ଥିବା ରାଜସ୍ବ ନିରୀକ୍ଷକ ଅଧିକାରୀ ଉକ୍ତ ଗ୍ରାମ ଗୁଡ଼ିକରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରିଥିବା ଜଣା ପଡ଼ିଛି। ଅଧିକ ଅସୁବିଧାର ସମ୍ମୁଖୀନ ହେଲେ ପ୍ରଶାସନ ପକ୍ଷରୁ ନିରାପଦ ସ୍ଥାନରେ ସ୍ଥାନାନ୍ତର କରାଯିବ ବୋଲି ସ୍ଥାନୀୟ ତହସିଲଦାର ବିନୋଦ କୁମାର ନାୟକ ସୂଚନା ଦେଇଛନ୍ତି।