Headlines Odisha Tv

An Odia News Portal

ରେଡ୍‌ କାର୍ପେଟ୍‌ରେ ଦୀପିକାଙ୍କୁ ଦେଖି କଣ୍ଟ୍ରୋଲ୍‌ ହରାଇଲେ ବ୍ୟକ୍ତି 

ମୁମ୍ବାଇ ୨୩।୦୫ : ଦୀପିକା ପାଦୁକୋନ୍‌ ଏବେ ପୁଣି ଥରେ ଚର୍ଚ୍ଚାରେ। ସେ ବର୍ତ୍ତମାନ କାନ୍ସ ଫିଲ୍ମ ଫେଷ୍ଟିଭାଲ୍‌ ୨୦୨୨ରେ ସାମିଲ୍‌ ହୋଇଛନ୍ତି। ସେଠାରେ ତାଙ୍କୁ ଜୁରୀ ହେବାର ସୁଯୋଗ ମିଳିଛି। ଦୀପିକା ରେଡ୍‌ କାର୍ପେଟ୍‌ରେ ଏଣ୍ଟ୍ରି କରି ନିଜର ଜଲୱା ଦେଖାଇଛନ୍ତି। ଫଟୋଗ୍ରାଫରମାନେ ତାଙ୍କ ଫ୍ୟାଶନ୍‌ ଆଇକନ୍‌ ଅନ୍ଦାଜ୍‌ଙ୍କୁ ବେଶ୍‌ ପସନ୍ଦ କରିଛନ୍ତି । ପ୍ରତିଦିନ ତାଙ୍କର ଅନେକ ଲୁକ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ କାନ୍ସର ରେଡ କାର୍ପେଟରୁ ଦୀପିକାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛି। ବାସ୍ତବରେ, ଦୀପିକାଙ୍କ ଫ୍ୟାନ୍‌ ଫଲୋର୍ସ ସମଗ୍ର ବିଶ୍ୱରେ ଅଛି। ଦୀପିକା ଏତେ ଗ୍ଲାମରସ୍‌ ଯେ ତାଙ୍କ ସହ ସମସ୍ତେ ସେଲଫି ନେବାକୁ ଇଚ୍ଛା କରନ୍ତି। କେବଳ ଫ୍ୟାନ୍ସ ହିଁ ନୁହେଁ ହଲିଉଡ୍‌ର ଅନେକ ଷ୍ଟାରଙ୍କ ନଜର ମଧ୍ୟ ତାଙ୍କ ଉପରେ ଅଛି। ଦୀପିକା ରେଡ କାର୍ପେଟରେ ପାପାରାଜି ପାଇଁ ପୋଜ୍ ଦେଉଥିବା ବେଳେ ହଠାତ୍ ଜଣେ ବ୍ୟକ୍ତି ମଝିରୁ ଆସି ଦୀପିକାଙ୍କୁ ଆଲିଙ୍ଗନ କରି କିସ୍‌ କରିଥିଲେ। ସେହି ସମୟରେ ଦୀପିକା ତାଙ୍କ ଅଣ୍ଟାରୁ ବ୍ୟକ୍ତଙ୍କ ହାତ ହଟାଉଥିବାର ନଜର ଆସିଥିଲେ। ଏହା ଦେଖିଲେ ଲାଗୁଛି କି ବୋଧ ହୁଏ ଦୀପିକା ଅସହଜ ମନେ କରୁଛନ୍ତି ।