Headlines Odisha Tv

An Odia News Portal

ରିଲିଜ୍‌ ପୂର୍ବରୁ ବିବାଦରେ ଫିଲ୍ମ ‘RRR’

ମୁମ୍ବାଇ ୨୪।୦୩ : ମାର୍ଚ୍ଚ ୨୫ରେ ଏସ୍ ରାଜାମୌଲିଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘RRR’ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି । ଏହି ଫିଲ୍ମ ପାଇଁ ଲୋକମାନେ ବହୁତ ସମୟ ଅପେକ୍ଷା କରିଛନ୍ତି । ହେଲେ ମହାମାରୀ କରୋନା ହେତୁ ଫିଲ୍ମର ରିଲିଜ୍ ଅନେକ ଥର ସ୍ଥଗିତ ରଖାଯାଇଛି। କିନ୍ତୁ ଜୁନିୟ ଏନ୍‌ଟିଆର ଏବଂ ରାମ ଚରଣ ତେଜାଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ପ୍ରସ୍ତୁତ। ହେଲେ ରିଲିଜ୍‌ ପୂର୍ବ ଫିଲ୍ମକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି। ବାସ୍ତବରେ ଏହି ଚଳଚ୍ଚିତ୍ରଟି ଅନେକ ଭାଷାରେ ରିଲିଜ୍ ହେବାକୁ ଯାଉଛି, କିନ୍ତୁ ଏହା କନ୍ନଡ ଭାଷାରେ ରିଲିଜ୍ ହୋଇନଥିବା ନେଇ ଜଣାପଡିଛି । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଲୋକଙ୍କ ଭିତରେ ରାଗ ପଶି ଯାଇଛି । ଫିଲ୍ମକୁ ବୟକଟ୍‌ କରିବା ନେଇ ଟ୍ରେଣ୍ଡ ଆରମ୍ଭ ହୋଇଛି । ଲୋକମାନେ ଟ୍ୱିଟରରେ #BoycottRRRinKarnataka ଟ୍ରେଣ୍ଡ କରି ଏହି ଚଳଚ୍ଚିତ୍ର ନ ଦେଖିବା ବିଷୟରେ କହୁଛନ୍ତି । ଲୋକଙ୍କ କିହିବା ଅନୁଯାୟୀ ଅ ଏହି ଚଳଚ୍ଚିତ୍ରଟି କନ୍ନଡ ଭାଷାରେ ମଧ୍ୟ ରିଲିଜ୍ ହେବା ଉଚିତ୍ । କିଛି ଲୋକ ଫିଲ୍ମ ଉପରେ ଅସନ୍ତୋଷ ଦେଖାଉଥିବା ବେଳେ ସେହି ସମୟରେ କିଛି ଲୋକ ଫିଲ୍ମର କାଷ୍ଟ ଏବଂ ଦଳକୁ ସମର୍ଥନ ମଧ୍ୟ କରୁଛନ୍ତି ।