Headlines Odisha Tv

An Odia News Portal

ରାଜ୍ୟ ସରକାରଙ୍କୁ ଜାତୀୟ ମାନବ ଅଧିକାର ଆୟୋଗଙ୍କ ଜବାବ ତଲବ

ନୁଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୩୧ : ହୀରାକୁଦ ଜଳ ଭଣ୍ଡାର ହେଲା ପ୍ରତିଷ୍ଠାକୁ ଅଜକୁ ପ୍ରାୟ ୭୦ ବର୍ଷ ରୁ ଅଧିକ ଦିନ ହେଲାଣି ହେଲେ ଏବେବି ବିସ୍ଥାପିତଙ୍କୁ ମିଳିନି ନ୍ୟାୟ। ସେମାନଙ୍କୁ ନିଜର ପାଉଣା ଆଜି ପର‌୍ୟ୍ୟନ୍ତ ମିଳିନଥିବା ଅନେକ ଥର ଅଭିଯୋଗ ହୋଇଛି। ଏବେ ଏହି ପ୍ରସଙ୍ଗରେ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟ ଶାସନ ସଚିବଙ୍କଠାରୁ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଲୋଡିଛନ୍ତି ଜାତୀୟ ମାନବ ଅଧିକାର ଆୟୋଗ।  ଏଥିସହିତ ‘ଏନ୍‌ଏଚ୍‌ଆର୍‌ସି’ ବିସ୍ଥାପନ ମାମଲାର ସଦ୍ୟତମ ରିପୋର୍ଟ ଦାଖଲ କରିବା ପାଇଁ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ନିର୍ଦେଶ ଦେଇଛନ୍ତି। ସ୍ବତନ୍ତ୍ର ରାପୋଟିୟର୍ ବି. ବି. ମିଶ୍ରଙ୍କୁ ବିସ୍ଥାପନ ପ୍ରସଙ୍ଗରେ ପ୍ରଭାବିତ ଅଞ୍ଚଳର ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରିବା ସହିତ ତଦନ୍ତ ଶେଷ କରି ଚୂଡ଼ାନ୍ତ ରିପୋର୍ଟ ଆଠ ସପ୍ତାହ ମଧ୍ୟରେ ଦାଖଲ କରିବା ପାଇଁ ସମୟସୀମା ଧାର୍ଯ୍ୟ କରିଛନ୍ତି। ୨୬୦୦୦ ବିସ୍ଥାପିତ ପରିବାରଙ୍କୁ ଥଇଥାନ ଓ ପୁନର୍ବାସ ପାଇଁ ଦୁଇ ରାଜ୍ୟ ସରକାର ବିଫଳ ହୋଇଥିବା ଦର୍ଶାଇ ଆଇନଜୀବୀ ତଥା ମାନବ ଅଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ପିଟିସନ୍ ପିଟିଶନ ଦାଖଲ କରିଥିଲେ। ପ୍ରକଳ୍ପର କାର୍ଯ୍ୟକାରିତା ଯୋଗୁଁ ୧୨୩,୦୦୦ ଏକର ଜମିରେ ଥିବା ପ୍ରାୟ ୩୬୦ଟି ଗାଆଁ ଜଳମଗ୍ନ ହେବା ଯୋଗୁଁ ୧ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଥିବା କଥା ମଧ୍ୟ ତ୍ରିପାଠୀ ପିଟିସନ୍‌ରେ ଉଲ୍ଲେଖ କରିଥିଲେ।